OnaKhabar

ଖୁବ ଶୀଘ୍ର ଜଟଣୀରେ ହେବ ଅଟୋ-ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍‌

3

ଭୁବନେଶ୍ୱର: ଖୁବ ଶୀଘ୍ର ଜଟଣୀରେ ହେବାକୁ ଯାଉଛି ଅଟୋ-ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍‌ | ଏଥିରେ ଭୁଲ୍‌ ଗାଡ଼ି ଚାଳନା କରି ଆଉ ଲର୍ଣ୍ଣର୍ସ ଖସି ପାରିବେ ନାହିଁ। ନିୟମ ମୁତାବକ ସେମାନେ ଗାଡ଼ି ଠିକ୍‌ ଚଳାଉଛନ୍ତି କି ନାହିଁ? କେଉଁଠି କେଉଁଠି ତ୍ରୁଟି ରହୁଛି, ଏ ସବୁର ଟିକିନିଖି ଯାଞ୍ଚ ହେବ। ପ୍ରଥମଥର ପାଇଁ ଖୋର୍ଦ୍ଧାସ୍ଥିତ ଆର୍‌ଟିଓ ଅଫିସ୍‌ ପରିସରରେ ଏହି ଟ୍ରାକ୍‌ ନିର୍ମାଣ ହେବାକୁ ଯାଉଛି। ଏଠାରେ ଡାଲାରିଗିରି ଆଉ ଚାଲିବ ନାହିଁ | ଏଥିରେ ଉଭୟ ବାଇକ୍‌ ଓ କାର୍‌ ଚାଳକ ଗାଡ଼ି ଚାଳନା ପରୀକ୍ଷା ଦେବେ। ଏଥିପାଇଁ ସେଠାରେ ଜମି ଚିହ୍ନଟ ହୋଇଛି। ଦେଢ଼ ଏକର ଜମିରେ ଏହି ଟ୍ରାକ୍‌ ତିଆରି ହେବ। ଏଥିପାଇଁ ପୁଣେର ଏକ ସଂସ୍ଥା ‘ସିଆଇଆର୍‌ଟି’ ଏହି ଟ୍ରାକ୍‌କୁ ନିର୍ମାଣ କରିବ। ଟ୍ରାକ୍‌ଟି ଅତ୍ୟାଧୁନିକ‌ ବୈଷୟିକ ଜ୍ଞାନକୌଶଳରେ ନିର୍ମାଣ ହେବ। ଯେଉଁଥିରେ ଏକାଧିକ କ୍ୟାମେରା ଲାଗିବା ସହ କମ୍ପ୍ୟୁଟର ଦ୍ୱାରା ପରିଚାଳିତ ହେବ ବୋଲି ଜଣାପଡିଛି |