OnaKhabar

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

31

ମେଷ : ଗତକାଲିଠାରୁ କାର୍ଯ୍ୟ କରୁଥିବା କାମଟି ପୂର୍ଣ୍ଣାଙ୍ଗ କରିବାକୁ କଷ୍ଟ ହୋଇଯିବ । ବୃତି , ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ । ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟାରେ ଚିତିନ୍ତ ରହିବେ ।

ବୃଷ : ଆଜି ଦୂର ଜାଗାକୁ ଭ୍ରମଣ କରିପାରନ୍ତି । ବନ୍ଧୁଙ୍କ ତରଫରୁ ସମସ୍ୟା ଆସିପାରେ । ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ମାଲିମକଦ୍ଦମାରେ ସଫଳ ମିଳିବ ।

ମିଥୁନ : ଅବଶ୍ୟକୀୟ ଜିନିଷଟି ଅନ୍ୟକୁ ଦେଇ ଅପଦସ୍ତ ହୋଇ ପାରନ୍ତି । ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଯିବ । ପାରବାରିକ ପ୍ରତିକୂଳ ପରିସ୍ଥିତ ଦେଖାଦେବ ।

କର୍କଟ : ଆପୋଷ ଆଲୋଚନା କରିବାରେ ସମସ୍ୟାର ସମାଧାନ ଘଟିବ । ବ୍ୟବସାୟ ଓ ପରିବହନରେ ଆଶା ଫଳପ୍ରଦ ହେବ । ଆର୍ଥିକ ଅନଟନ ସତ୍ୱେ ପରିସ୍ଥିତିକୁ ସମ୍ଭାଳି ନେବେ ।

ସିଂହ : ଆଜି ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ  ମହିଳାମାନେ ରଖି ଥିବା ଆଶ ପୁଣି କଅଁଳି ଉଠିବ ।

କନ୍ୟା : ଆଜି ବାଣିଜ୍ୟ ପରିବହନ କ୍ରୀଡ଼ା ଓ କଳା, ସାହିତ୍ୟରେ ଆଶନୁଯାୟୀ ଫଳ ପାଇବେ । ଆଜି ଯାତ୍ରା ପାଇଁ ବିଶେଷ ଅସୁବିଧା ହେବ ନାହିଁ । ବନ୍ଧୁଙ୍କ ସହ ସୁସମ୍ପର୍କ ରହିବ ।

ତୁଳା : କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଶାରୀରିକ ଅସୁସ୍ଥତା ଦେଖାଦେବ । ଘର କାମ କରିବାକୁ ବାଧ୍ୟ ହେବେ  ମହିଳାମାନେ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବିଛା : ବ୍ୟବସାୟରେ ଉନ୍ନତି ଘଟିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ସନ୍ତୁଷ୍ଟ ହେବେ । ମହିଳା ଓ ବିଦ୍ୟାର୍ଥୀମାନେ ଆନନ୍ଦରେ ସମୟ କାଟିବେ ।

ଧନୁ : ଲାଭର ଆଶ ଅଛି । ପାରିବାରିକ ଗଣ୍ଡଗୋଳ ଦେଖା ଦେଇପାରେ । ବନ୍ଧୁମାନେ ସାହାଯ୍ୟ କରିବେ । ବ୍ୟବସାୟରେ ଲାଭର ଆଶା କମ । କାର୍ଯ୍ୟ କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ ।

ମକର : କାର୍ଯ୍ୟକ୍ଷେତ୍ରରେ ଯଥେଷ୍ଟ ଲାଭବାନ ହେବେ । ଦେହ ଅସୁସ୍ଥ ରହିବ । ପରିବାରରେ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ର ତଥା ବ୍ୟବସାୟରେ ସମସ୍ୟା ଦେଖାଦେଇପାରେ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।

କୁମ୍ଭ : ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଚୋର ଭୟ ରହିବ । ବ୍ୟବସାୟରେ କ୍ଷତିର ସମ୍ଭାବନା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ଦେହ ଅସ୍ୁସ୍ଥ ଦେଖାଦେବ ।

ମିନ : ଧର୍ମ ପ୍ରତି ଆଶା ବଢ଼ିବ । ଚାକିରୀରେ ପଦୋନ୍ନତି ସମ୍ଭାବନା । ବ୍ୟବସାୟରେ ବନ୍ଧୁଦ୍ୱାରା ଲାଭବାନ ହେବେ । ଶାରୀରିକ ସୁସ୍ଥତା ମିଳିବ । ପରିବାରରେ ଶାନ୍ତି ମିଳିବ ।