OnaKhabar

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି

208

ମହାରାଷ୍ଟ୍ର : ମହାରାଷ୍ଟ୍ରରେ ଚାଲିଥିବା ମହା ରାଜନୈତିକ ନାଟକ ଭିନ୍ନ ମୋଡ ନେଇଛି | କୌଣସି ରାଜନୈତିକ ଦଳ ସରକାର ଗଠନ ନେଇ ସମର୍ଥ ନହେବାରୁ ସେଠାରେ ଆଜି ରାଷ୍ଟ୍ରପତି ଶାସନ ଜାରି କରା ଯାଇଛି | ମହାରାଷ୍ଟ୍ର ରାଜ୍ୟପାଳଙ୍କ ସୁପାରିଶକୁ ଭିତ୍ତି କରି ଆଜି କେନ୍ଦ୍ର କ୍ୟାବିନେଟରେ ଆଲୋଚନା କରାଯାଇଥିଲା | ବୈଠକରେ ରାଜ୍ୟପାଳଙ୍କ ସୁପାରିଶକୁ ଗ୍ରହଣ କରାଯାଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠା ଯାଇଥିଲା | ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସୁପାରିଶରେ ମୋହର ମାରିଛନ୍ତି | ଫଳରେ ମହାରାଷ୍ଟ୍ରରେ ଆଜି ଅପରାହ୍ନରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି | କିନ୍ତୁ ମହାରାଷ୍ଟ୍ର ବିଧାନସବାକୁ ଭଙ୍ଗ କରା ଯାଇନାହିଁ | ଏହା ପୂର୍ବରୁ ମହାରାଷ୍ଟ୍ରରେ ବିଭିନ୍ନ ସମୟରେ ଦୁଇଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବା କୁହାଯାଉଛି | ଶିବସେନା ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେୋଇଛି | ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନେବା ପୂର୍ବରୁ ରାଷ୍ଟ୍ରପତି ଶାସନ ଜାରି ହୋଇ ଯାଇଛି |

288 ସଂଖ୍ୟା ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ନିର୍ଦ୍ଧିଷ୍ଟ କୌଣସି ଦଳକୁ ସରକାର ଗଠନ ନେଇ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳି ନଥିଲା | କିନ୍ତୁ ବିଜେପି ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଥିଲା | କଂଗ୍ରୋସ ଓ ଏନସିପି ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳି ନଥିଲା | ବିଜେପିକୁ 105 ଆସନ ,ଶିବସେନାକୁ 56, ଏନସିପିକୁ 54 ଓ କଂଗ୍ରେସକୁ 44 ଆସନ ମିଳିଛି | ବିଜେପି ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ବିବାଦ ଦେଖାଦେଲା | ଫଳରେ ବିଜେପି ସରକାର ଗଠନ ପ୍ରକ୍ରିୟାରୁ ଓହୋରି ଗଲା | ଏହାପରେ ରାଜ୍ୟପାଳ ଶିବସେନାକୁ ସରାକର ଗଠନ ପାଇଁ ନିମନ୍ତ୍ରଣ କରି 24 ଘଣ୍ଟା ସମୟ ଦେଇଥିଲେ | ଶିବସେନା ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଢିବାକୁ ଉଦ୍ୟମ କରିଥିଲା | ଏନସିପି ତାର ସମର୍ଥନ ଦେବ ବୋଲି ସୂଚନା ଦେଇଥିଲା | କଂଗ୍ରେସର ଦିନ ତମାମ ବୈଠକ ଲାଗି ରହିଥିଲା | ଶେଷରେ କଂଗ୍ରେସ ବାହ୍ୟ ସମର୍ଥନ ଦେବ ବୋଲି କହିଥିଲା | କିନ୍ତୁ ଶିବସେନାକୁ ରାଜ୍ୟପାଳ ଯେତିକି ସମୟ ଦେଇଥିଲେ ସେହି ସମୟସୀମା ଭିତରେ କଂଗ୍ରେସର ସମର୍ଥନ ଚିଠି ରାଜଭବନରେ ପହଂଚି ପାରି ନଥିଲା | ଶିବସେନା ନେତା ରାଜ୍ୟପାଳଙ୍କୁ ଭେଟି ଅଧିକ ସମୟ ମାଗିଥିଲେ ମଧ୍ୟ ରାଜ୍ୟପାଳ ତାହା ଗ୍ରହଣ କରି ନଥିଲେ | ଏହାପରେ ରାଜ୍ୟପାଳ ତୃତୀୟ ବୃହତ୍ତମ ଦଳ ଭାବେ ଏନସିପିକୁ ସରକାର ଗଠନ ପାଇଁ ନିନନ୍ତ୍ରଣ ଦେଲେ | ଆଜି ରାତି ସାଢେ ଆଠଟା ସୁଦ୍ଧା ମତ ଜଣାଇବାକୁ ସମୟ ଦେଇଥିଲେ | ଏହାପରେ ଏନସିପି ପକ୍ଷରୁ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇ ଶିବସେନା ସହ ଆଲୋେଚନା କରା ଯାଇଥିଲା | ଯଦିଓ ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାଓ୍ୱାର ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେଲେ ସମର୍ଥନ ଦେବେ ବୋଲି କହିଥିଲେ ପରେ ମତ ବଦଳାଇଲେ | ଏନସିପିକୁ ଯେତେବେଳେ ସରାକର ଗଠନ ପାଇଁ ନିମନ୍ତ୍ରଣ ଆସିଲା ସେତେବେଳେ ଶରଦ ପାଓ୍ୱାର ମତ ବଦଳାଇ ଶିବସେନାକୁ ତାରି ଅସ୍ତ୍ରରେ ଘାଇଲା କଲେ | ଶିବସେନା ଯେପରି 50:50 ନିତି ବିଜେପିକୁ ପ୍ରସ୍ତାବ ଦେଇଥିଲା ଓ ବିଜେପି ରାଜି ନହେବାରୁ ମେଣ୍ଟ ଭାଙ୍ଗିଗଲା ସେହି 50:50 ପ୍ରସ୍ତାବ ଶିବସେନା ଆଗରେ ଶରଦ ପାଓ୍ୱାର ରଖଲେ ,କିନ୍ତୁ ଶିବସେନା ଆଉ ରାଜିହେଲା ନାହିଁ | ଫଳରେ ରାଜନୈତିକ ଅନିଶ୍ଚିତତା ଦେଖା ଦେଲା | କିନ୍ତୁ ଏନସିପିକୁ ଦିଆ ଯାଇଥିବା 8ଟା 30 ସମୟ ଶେଷ ହେବା ପୂର୍ବରୁ ଏବଂ ଏନସିପି,ଶିବସେନା ଓ କଂଗ୍ରେସ ମଧ୍ୟରେ ଚାଲିଥିବା ଆଲୋଚନା ଶେଷ ହେବା ପୂର୍ବରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇ ଯାଇଛି |

ପୂର୍ବରୁ କେବେ ଜାରି ହୋଇଥିଲା ରାଷ୍ଟ୍ରପତି ସାସନ:
ଏନସିପି ସହ ସମ୍ପର୍କ ତୁଟିବାରୁ କଂଗ୍ରେସ ସରାକର ଭାଙ୍ଗିବା ପରେ 1980 ଫେବୃୟାରୀରେ ରାଷ୍ଟ୍ରପତି ସାସନ ଲାଗୁ ହୋଇଥିଲା | 17 ଫେବୃୟାରୀ 1980ରୁ 8 ଜୁନ୍ 1980(112) ଦିନ ଲାଗୁ ହୋଇଥିଲା | ସଂଖ୍ୟା ଗରିଷ୍ଠତା ସତ୍ତ୍ୱେ ସରଦ ପାଓ୍ୱାରଙ୍କ ସରକାରକୁ ବରଖାସ୍ତ କରି 2014 ସେପ୍ଟେମ୍ବରରେ ରାଷ୍ଟ୍ରପତି ସାସନ ଜାରି କରା ଯାଇଥିଲା | 28 ସେପ୍ଟେମ୍ବର 2014ରୁ 31 ଅକ୍ଟୋବର 2014(33) ଦିନ ଲାଗୁ ହୋଇଥିଲା |