OnaKhabar

ଖୁବ ଶୀଘ୍ର ବିବାହ କରିବେ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର

53

ମୁମ୍ବାଇ: ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଦୀର୍ଘଦିନ ହେଲା ତାଙ୍କର ରିଲେସନଶିପକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି |ଏବେ ଏମାନଙ୍କ ଫ୍ୟାନଙ୍କ ପାଇଁ ରହିଛି ଖୁସିର ଖବର | ଫରହାନ ଓ ଶିବାନୀଙ୍କୁ ସବୁ ପାର୍ଟି ଓ ଇଭେଣ୍ଟରେ ଏକା ସହ ଦେଖିବାକୁ ମିଳିଥାଏ । ନିକଟରେ ଉଭୟ ଛୁଟି ବିତାଇ ଭାରତ ଫେରିଥିବାର ମଧ୍ୟ ସୂଚନା ମିଳିଛି ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଫରହାନ ଓ ଶିବାନୀ ଏହି ସମ୍ପର୍କକୁ ଆଗକୁ ବଢାଇବାକୁ ଚାହାନ୍ତି ଓ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଅବଶ୍ୟ ଏନେଇ ଉଭୟ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି । ରିପୋର୍ଟ ଅନୁସାରେ ୨୦୨୦ ମସିହାରେ ଫରହାନ ଓ ଶିବାନୀ ବିବାହ କରିବେ। ଦର୍ଶକ ମଧ୍ୟ ଏହି ଯୋଡିକୁ ଖୁବ ପସନ୍ଦ କରୁଛନ୍ତି। ଫରହାନ ଆଜିକାଲି ନିଜ ଅପକମିଂ ଫିଲ୍ମ ତୁଫାନ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରାକେଶ ଓମପ୍ରକାଶ ମେହେରା। ଫରହାନ ୬ ବର୍ଷ ପରେ ମେହେରାଙ୍କ ସହ କାମ କରୁଛନ୍ତି। ଶେଷ ଥର ଫରହାନ ଫିଲ୍ମ ଭାଗ ମିଲଖା ଭାଗରେ ରାକେଶଙ୍କ ସହ କାମ କରିଥିଲେ । ଫିଲ୍ମ ତୁଫାନରେ ଫରହାନ ଜଣେ ବକ୍ସରଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।