OnaKhabar

ରାଜେନ୍ଦ୍ରାୟନ-୨୦୧୯ , ଆସନ୍ତା ୧୭ରେ ଏକାଠି ହେବେ ସମସ୍ତ ପୁରୁଣା ଛାତ୍ରନେତା  

21

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲି ପାଳନ ପାଇଁ ପ୍ରସ୍ତୁତିର ଅଂଶସ୍ବରୂପ ଆସନ୍ତା ୧୭ ନଭେମ୍ବର ରବିବାର ପୂର୍ବାହ୍ନ ୧୧ଟାରେ କଲେଜଛକସ୍ଥିତ ଜୁବୁଲି କାର୍ଯ୍ୟାଳୟରେ କଲେଜର ସମସ୍ତ ପୁରାତନ ଛାତ୍ରନେତାଙ୍କର ଏକ ସମାବେଶ ଆୟୋଜନ ହେବ । ସେଥିପାଇଁ ଛାତ୍ରସଂସଦର ପୁର୍ବତନ ସଭାପତି ହେମନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ‘କଲେଜ ୟୁନିୟନ୍ ଓ ସୋସାଇଟିଜ୍ କମିଟି’ ଗଠନ କରାଯାଇଛି। ଉକ୍ତ କମିଟିରେ ଛାତ୍ରସଂସଦର ପୂର୍ବତନ ସଭାପତି ମାନଭଞ୍ଚନ ପାଢ଼ୀ (ଗୋପାଳ) ଓ ପୂର୍ବତନ ସାଧାରଣ ସଂପାଦକ ସୁଶାନ୍ତ ନାୟକ ଆବାହକ ତଥା ପୂର୍ବତନ କ୍ରୀଡ଼ା ସଂପାଦକ ଅଫ୍‌ତାବ୍ ଆଲମ୍ ଖାନ୍ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି। ଉକ୍ତ କମିଟିର ଅନ୍ୟ ସଭ୍ୟମାନେ ହେଲେ:- ଚାରିଜଣ ପୂର୍ବତନ ସଭାପତି ସୁଧୀର ଚାନ୍ଦ, ଜୟନ୍ତ ମହାନ୍ତି(ଚାଇନା), ଦେବାଶିଷ ବିଶ୍ବାଳ ଓ ସ୍ବାଧୀନ ପଣ୍ଡା; ଛଅଜଣ ପୂର୍ବତନ ସାଧାରଣ ସଂପାଦକ ମୋହନ ଗୋପାଲ ପଣ୍ଡା, ମାନଭଞ୍ଜନ ଯୋଷୀ, ଅମନ ନାଗ, ଶୋଭନ କୁମାର ଦାସ, ରାଜୁ ବାଗ ଓ ନାସିର ଖାନ୍ ତଥା ପୂର୍ବତନ ନାଟ୍ୟ ସଂପାଦକ ଅଧ୍ୟାପକ ରଂଜନ ପାଣିଗ୍ରାହୀ।


ସେହିପରି ଗଣମାଧ୍ୟମ ଓ ପ୍ରଚାର କମିଟି ମଧ୍ୟ ଗଠିତ ହୋଇଛି। ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା କଲେଜର ପୁରାତନ ଛାତ୍ର ଜୟଦେବ ପାଣିଗ୍ରାହୀ ଏହାର ଅଧ୍ୟକ୍ଷ ରହିଥିବା ବେଳେ ସତ୍ୟସୁନ୍ଦର ଭଞ୍ଜ ଓ ବ୍ୟାସଦେବ ନନ୍ଦ ଆବାହକ ଦାୟିତ୍ବ ତୁଲାଇବେ। ଶ୍ରୀ ଭଞ୍ଜ ମଧ୍ୟ ଅଫିସ ସଂପାଦକ ଦାୟିତ୍ବରେ ରହିବେ। ଉକ୍ତ କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଗୋପବନ୍ଧୁ ଶତପଥୀ, ସୁବାସ ପଣ୍ଡା, ସୁଦୀପ ଗୁରୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଭୁକଲ୍ୟାଣ ଗଡ଼ତିଆ, ବଳରାମ ମିଶ୍ର, ଭବାନୀ ମହାପାତ୍ର, ମୁକେଶ ବହିଦାର, ଅରୁଣ ମିଶ୍ର, ଦୀନେଶ ଶର୍ମ୍ମା, ଡ.ସୁଦର୍ଶନ ପାଣିଗ୍ରାହୀ, ହିମାଂଶୁ ଗୁରୁ, ବିଜୟ ଶତପଥୀ, ସୁନୀଲ ମହାନ୍ତି, ରଂଜିତ ମିଶ୍ର, ନେପାଳ ବାଗ, ଆନନ୍ଦ ବଡ଼ପଣ୍ଡା, ଶରତ ମିଶ୍ର, ଆଫ୍‌ତାବ ଆଲାମ ଖାନ୍, ଦେବାଶିଷ ମିଶ୍ର, କୁନା ବାଗ, ଦିଗାମ୍ବର ନାୟକ, ଅବିନାଶ ମହାନ୍ତି, ବିକାଶ ଜେନା ଓ ଋତୁରାଜ ସିଂହ ସଦସ୍ୟ ରହିଛନ୍ତି।
ଏକ ପୂର୍ଣ୍ଣାଙ୍ଗ କମିଟି ୧୭ ତାରିଖର ସମାବେଶରେ ଗଠନ ହେବ ବୋଲି ସୂଚନା ଦିଆଯାଇଛି।କଲେଜ ପ୍ରତିଷ୍ଠା ଦିନଠାରୁ ଅଦ୍ୟାବଧି କଲେଜ ୟୁନିୟନ୍ ଓ ବିଭିନ୍ନ ସୋସାଇଟିଜ୍‌ର ପୂର୍ବତନ କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗଦେବାକୁ ଜୁବୁଲି କମିଟି ପକ୍ଷରୁ ଅନୁରୋଧ କରାଯାଇଛି।