OnaKhabar

ଭୂତ ହୋଇ ସାଧାରଣଲୋକଙ୍କୁ ଡରାଇବା ମହଙ୍ଗା ପଡିଲା…

187

ନୂଆଦିଲ୍ଲୀ : ଭୂତ ଭଳି ପୋଷାକ ପିନ୍ଧି ସାଧାରଣଲୋକଙ୍କୁ ଭୂତହୋଇ ଡରାଇବା ମହଙ୍ଗା ପଡିଲା | ଏଭଳି ଅଭିଯୋଗରେ ପୋଲିସ ସାତଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି । ସୋମବାର ବିଳମ୍ବିତ ରାତି ୨ଟା ୩୦ମିନିଟ ସମୟରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସାତଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଯୁବକମାନେ ଭୂତ ବେଶ ଧାରଣ କରି ସାଧାରଣଲୋକଙ୍କୁ ଡରାଇବା ଲାଗି ରାସ୍ତା ଉପରକୁ ଆସଥାନ୍ତି । ଠିକ୍ ଏହି ସମୟରେ ସମସ୍ତ ଯୁବକଙ୍କୁ ଗିରଫ କରାଯାଇଥିଲା । ଗିରଫ ଯୁବକମାନେ ହେଲେ ଶାନ ମଲ୍ଲିକ, ନାବିଦ, ସାଜିଲ୍ ମହମ୍ମଦ, ମହମ୍ମଦ ଅକୀବ, ସାକିବ, ସୟଦ, ୟୁସୁଫ ଅହମ୍ମଦ । ଗିରଫ ସମସ୍ତଙ୍କ ବୟସ ୨୦ରୁ ୨୨ବର୍ଷ ମଧ୍ୟରେ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଭୂତ ର ବେଶ ହୋଇ ଯୁବକମାନେ ରାସ୍ତାରେ ଯାଉଥିବା ଗାଡିକୁ ଅଟକାଇଥାନ୍ତି କି ଯାହାଫଳରେ ଗାଡି ଡ୍ରାଇଭରମାନେ ଗାଡି ପଛକୁ ଫେରାଇବା ପାଇଁ ବାଧ୍ୟ ହୋଇଥାନ୍ତି । ରାସ୍ତାକଡରେ ଶୋଉଥିବା ଲୋକଙ୍କୁ ମଧ୍ୟ ଡରାଇବାକୁ ଉଦ୍ୟମ କରନ୍ତି । ଗିରଫ ହୋଇଥିବା ଯୁବକଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଏସମସ୍ତ ଘଟଣାକୁ ଭିଡିଓ ରେକଡିଂ କରି ୟୁଟୁବରେ ପରିହାସପୂର୍ଣ୍ଣ (PRANK) ଭିଡିଓ ଭାବେ ଅପଲୋଡ କରିବାକୁ ମଧ୍ୟ ଯୋଜନା କରୁଥିଲେ ବୋଲି ଉତ୍ତର ଡିସିପି ସୂଚନା ଦେଇଛନ୍ତି । ‘ସମସ୍ତ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ଆଇନ ଅନୁସାରେ ଶାନ୍ତି ଭଙ୍ଗ କରିବା , ଅପରାଧିକ ଧମକ ଦେବା ଭଳି ମାମଲା ରୁଜୁ କରି ଗିରଫ କରାଯାଇଥିଲା । ହେଲେ ପରେ ସେମାନଙ୍କୁ ଛାଡି ଦିଆ ଯାଇଛି |