OnaKhabar

ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

17

ମୁମ୍ବାଇ: ଆଜି ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବା ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ କରିଛି |ମଙ୍ଗଳବାର ଦୁବାଇରୁ ମୁମ୍ବାଇ ଯାତ୍ରା ଆରମ୍ଭ କରିଥିବା ଏୟାର ଇଣ୍ଡିଆ ବୋଇଙ୍ଗ ୭୮୭ ଡ୍ରିମଲାଇନର ବିମାନରେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ ଥିଲା। ଫଳରେ ଯାତ୍ରାର ଏକଘଣ୍ଟା ପରେ ପାଇଲଟ ବିମାନକୁ ଦୁବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଛନ୍ତି। ବିମାନରେ ଦେଖା ଦେଇଥିବା ସାଧାରଣ ଯାନ୍ତ୍ରିକ ତ୍ରୁଟିକୁ ଠିକ୍‌ କରିବା ପାଇଁ ମାତ୍ର ଏକରୁ ଦୁଇଘଣ୍ଟା ସମୟ ଲାଗିବ। କିନ୍ତୁ ଯାତ୍ରୀଙ୍କ ଟିକନିଖ୍‌ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବିମାନର ଜରୁରୀ ଅବତରଣ କରାଯାଇଛଥିବା ଜଣାପଡିଛି |

ଟ୍ରକରେ ଘଷି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ