OnaKhabar

ଜମ୍ମୁ – କାଶ୍ମୀରରେ ସଡକ ଦୁର୍ଘଟଣା

22

ଜମ୍ମୁ : ଦିନକୁ ଦିନ ଦେଶ ବିଦେଶରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ତେବେ ସେପଟେ ଟ୍ରାଫିକ ଯେତେ କଡା କଡି ନିୟମ କଲେ ମଧ୍ୟ କେହି ମାନିବାକୁ ନାରାଜ । ତେବେ ଏଭଳି ଏକ ଅଭାବନୀୟ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ଜମ୍ମୁ କାଶ୍ମୀରରେ ।

ସୂଚନା ଅନୁଯାୟୀ, ବଟୋତେ ଓ କିସ୍ତୱାର ଜାତୀୟ ରାଜପଥ ଦେଇ ଅଧିକ ଯାତ୍ରୀ ନେଇ ବସଟି ଯାଉଥିିବା ସମୟରେ ୫୦୦ଫୁଟ ତଳକୁ  ଖସି ପଡିଥିଲା ।  ଏହି ଦୁର୍ଘଟଣାଟି ଜମ୍ମୁ କାଶ୍ମୀରର ଡୋଡା ଟାଉନରେ ହୋଇଥିବା ସୂଚନା ମିଳିଛି ।ଏହି ସଡକ ଦୁର୍ଘଟଣାରେ ଘଟଣା ସ୍ଥଳରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଟ୍ରକରେ ଘଷି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ