OnaKhabar

ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ 

29

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗଂଜାମ ଜିଲ୍ଲା ସୋରଡା ଥାନା ଇଲାକା ନୂଆଗଡ ଗାଁର ଖଦାଳ ସାହିରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ଗଣ୍ଡଗୋଳ ଘଟିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ସେହି ଗାଁର ମନୋଜ ନାୟକ ବୋଲି ଜଣାପଡିଛି। ତେବେ ଏହି ଗଣ୍ଡଗୋଳର ମୁଖ୍ୟ କାରଣ ଏବେ ବି ଅସ୍ପଷ୍ଟ ରହିଛି। ମୃତ ମନୋଜ ଗତ କିଛି ଦିନ ପୂର୍ବେ ସୁରାଟରୁ ଫେରିଥିଲା। ୬ଜଣ ଆହତଙ୍କୁ ସୋରଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ପୁନିଆ ନାୟକଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି।ସେପଟେ ସୋରଡା ପୋଲିସ ଏବଂ ଆସିକା ଏସଡିପିଓ ସୂର‌୍ୟ୍ୟ ମଣି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

ରାସ୍ତାରେ ୨୦ଘଣ୍ଟା ପଡିଲା ମୃତଦେହ