OnaKhabar

୨ ଟ୍ରେନ ମୁହାଁମୁହିଁ ଧକ୍କା: 35 ଆହତ

25

ହାଇଦ୍ରାବାଦ : ସିଗ୍ନାଲ ଫେଲ ହେବା କାରଣରୁ ଆଜି ୧୧.୪୫ରେ ହାଇଦ୍ରାବାଦର କାଚିଗୁଡା ଷ୍ଟେସନରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ 35ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ପରେ କିଛି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ଓ ରେଲୱେ କର୍ମଚାରୀ ପହଁଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସିଗ୍ନାଲ ଫେଲ ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି। ପ୍ଲାଟଫର୍ମରେ ପୂର୍ବରୁ ଠିଆ ହୋଇଥିବା କୋଙ୍ଗୁ ଏକ୍ସପ୍ରେସକୁ ଏକ ଏମଏମଟିଏସ୍ ଟ୍ରେନ୍ ଧକ୍କା ମାରିଥିଲା। ଏହି ଦୁର୍ଘଟଣା କାରଣରୁ ରେଲୱେ ଟ୍ରାକରେ ଅନ୍ୟ ଟ୍ରେନର ଯାତାୟତ ପ୍ରଭାବିତ ହୋଇଛି। ଫଳରେ ବହୁ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି।