OnaKhabar

ଏହି ଦିଗରେ ଡଷ୍ଟବିନ ରଖୁଛନ୍ତି କି ତେବେ ଜାଣନ୍ତୁ କ’ଣ ହୋଇପାରେ

47

ଭୁବନେଶ୍ୱର : ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଘରେ ଡଷ୍ଟବିନ । ତେବେ ଡଷ୍ଟବିନରେ ଘରର ବର୍ଜ୍ୟବସ୍ତୁ କିମ୍ବା ଅଦରକାରୀ ଜିନିଷ ହିଁ ପଡିଥାଏ । କିଛି ଲୋକ ନିଜର ସୁବିଧା ଅନୁସାରେ ଡଷ୍ଟବିନ ବ୍ୟବହାର କରିଥାଆନ୍ତି । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ତିଆରି କଲେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ଥାଏ। ଠିକ୍ ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ ଡଷ୍ଟବିନରେ ମଧ୍ୟ ବାସ୍ତୁ ଦୋଷ ରହିଥାଏ। ଏଥିପାଇଁ ଘରେ ଡଷ୍ଟବିନ୍ ରଖିବା ବେଳେ ଏହା ଜାଣିବା ଜରୁରୀ କେଉଁ ଦିଗରେ ଡଷ୍ଟବିନ ରହିଲେ ଲାଭଦାୟକ ହୋଇଥାଏ:-

୧. ବାସ୍ତୁଶାସ୍ତ୍ର ଅନୁଯାୟୀ ଡଷ୍ଟବିନ୍ର ମୁହଁକୁ ଖୋଲା ରଖନ୍ତୁ ନାହିଁ। ଡଷ୍ଟବିନ୍ ଖୋଲା ରହିବା ଦ୍ଵାରା ଏହାର ଦୁର୍ଗନ୍ଧ ଘର ମଧ୍ୟରେ ବ୍ୟାପି ଯାଇଥାଏ ଏବଂ ଏହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ। ଏଥିପାଇଁ ସବୁବେଳେ ଘୋଡଣୀ ଥିବା ଡଷ୍ଟବିନର ବ୍ୟବହାର କରନ୍ତୁ।

୨. ଡଷ୍ଟବିନକୁ ନିୟମିତ ଭାବରେ ସଫା ରଖନ୍ତୁ। ପ୍ରାୟ ଲୋକ ଡଷ୍ଟବିନ୍ର ଅଳିଆକୁ ଅଧିକ ଦିନ ପର‌୍ୟ୍ୟନ୍ତ ଫୋପାଡି ନଥାନ୍ତି ଓ ଏହାକୁ ଅଧିକ ଅପରିଷ୍କାର କରି ରଖିଥାନ୍ତି। ବାସ୍ତୁ ଅନୁଯାୟୀ ଏପରି କରିବା ଅନୁଚିତ। କାରଣ ଡଷ୍ଟବିନ୍ ମଧ୍ୟ ଆପଣଙ୍କ ଘରର ଏକ ବସ୍ତୁ ଓ ଏହାକୁ ସଫାସୁତୁରା ରଖିବା ଜରୁରୀ।

୩. ଡଷ୍ଟବିନକୁ ଘରର ଉତ୍ତର-ପୂର୍ବ କୋଣରେ ରଖନ୍ତୁ ନାହିଁ। ଏହି ସ୍ଥାନ ଘରର ପୂଜା ସ୍ଥାନ ହୋଇଥାଏ। ଏହାସହିତ ପୂର୍ବ ଦିଗରେ ଦିଗରେ ମଧ୍ୟ ରଖିବା ଅନୁଚିତ, କାରଣ ଏହା ଶକ୍ତିର ସ୍ଥାନ ହୋଇଥାଏ। ଡଷ୍ଟବିନକୁ ଘରର ପଶ୍ଚିମ, ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ।

୪. ବାସ୍ତୁ ଅନୁସାରେ ଘର ବା ଅଫିସର ମୁଖ୍ୟ ଦ୍ଵାର ପାଖରେ ଡଷ୍ଟବିନ୍ ରଖିବା ଅନୁଚିତ। କାରଣ ଯଦି କେହି ବ୍ୟକ୍ତି ଆପଣଙ୍କ ଘରକୁ ଆସୁଛନ୍ତି ତେବେ ଏହି ଡଷ୍ଟବିନ୍ ଦେଖିବା ଦ୍ଵାରା ଖରାପ ପ୍ରଭାବ ପଡିଥାଏ। ଏହାସହିତ ଘର ବା ଅଫିସର ମୁଖ୍ୟଦ୍ଵାରରେ ଡଷ୍ଟବିନ୍ ରଖିବା ଦ୍ଵାରା ଘର ମଧ୍ୟରେ ନକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ।

୫. ଘରେ ସବୁବେଳେ ହାଲୁକା ରଙ୍ଗର ଡଷ୍ଟବିନ୍ ବ୍ୟବହାର କରିବା ଉଚିତ। ଗାଢ ରଙ୍ଗର ଡଷ୍ଟବିନ୍ ବ୍ୟବହାର ନ କରିବାକୁ ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଅଧିକ ଗାଢ଼ ରଙ୍ଗର ଡଷ୍ଟବିନ୍ ବାସ୍ତୁ ଅନୁଯାୟୀ ଅଶୁଭ ହୋଇଥାଏ ଓ ଏହା ଘର ଉପରେ ଖରାପ ପ୍ରଭାବ ପକାଇଥାଏ।

୬. ଘରର ସମ୍ମୁଖରେ ଡଷ୍ଟବିନ୍ ରଖିବା ଅନୁଚିତ। ଯଦି କୌଣସି କାରଣରୁ ଡଷ୍ଟବିନ୍ ଘରର ବାହାରେ ରଖିବାକୁ ପଡିଥାଏ, ତେବେ ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯେପରି କୌଣସି ବ୍ୟକ୍ତିଙ୍କ ନଜର ଏହା ଉପରେ ପଡିବ ନାହିଁ।