OnaKhabar

ପୁଣି ଲଜ୍ଜା, ଶୌଚ ପାଇଁ ଯାଇଥିବା ବେଳେ ୮ବର୍ଷର ଶିଶୁକୁ ଦୁଷ୍କର୍ମ

82

ଖୋର୍ଦ୍ଧା : ଦେଶ ତଥା ରାଜ୍ୟରେ ଦୁଷ୍କର୍ମର ସୀମା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ମନୁଷ୍ୟର କ୍ରୁର କାମନାରୁ ବାଦ ପଡୁ ନାହାଁନ୍ତି କୋମଳମତି ଶିସୁମାନେ | ଏବେ ପୁଣି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବଡ଼ବେରଣା ଗାଁରେ ୮ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସର ପଚରାଉଚରା ।ସୂଚନାଯୋଗ୍ୟ ଯେ, ବିଦ୍ୟାଳୟ ଛୁଟି ଥିବାରୁ ଶିଶୁଟି ତାର ମାମୁଁ ଘର ବଡ଼ବେରଣା ଗାଁକୁ ବୁଲିବାକୁ ଯାଇଥିଲା। ଆଜି ସକାଳୁ ଶୌଚ ପାଇଁ ଗାଁ ପୋଖରୀକୁ ଯାଇଥିବା ସମୟରେ ସେହି ଗାଁର ୨୪ ବର୍ଷ ବୟସ୍କ ଯୁବକ ଏକ ନିକାଂଚନ ଜାଗାକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ପକ୍ଷରୁ ବେଗୁନିଆ ଥାନାରେ ଏକ ଏତଲା ଦିଆଯାଇଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।