OnaKhabar

ମହାରାଷ୍ଟ୍ରରେ ନାଟକୀୟ ପରିବର୍ତ୍ତନ, ସରକାର ଗଠନରୁ ଓହୋରିଲା ବିଜେପି

175

ମହାରାଷ୍ଟ୍ର : ମହାରାଷ୍ଟ୍ର ରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ଆଜି ଏଥିରେ ନାଟକୀୟ ମୋଡ ନେଇଛି | ସବୁଠୁ ସଂଖ୍ୟା ଗରିଷ୍ଠ ଦଳ ଥିବା ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫର୍ଣ୍ଣନାବିସଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ | କିନ୍ତୁ ସେ ସରକାର ଗଠନରୁ ଓହୋରି ଯାଇଛନ୍ତି | ଅନ୍ୟପଟରେ ଶିବସେନା ସରକାର ଗଠନ ପାଇଁ ଅଣ୍ଟା ଭିଡିଛି | କିନ୍ତୁ ଏନସିପି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେଲେ ସମର୍ଥନ ଦେବ ବୋଲି କହିଛି | କିନ୍ତୁ ଶିବସେନା ବିଧାୟକ ଦଳର ନେତା ଭାବେ ଏକନାଥ ସିଂଦେଙ୍କୁ ବାଛିଛି |

ମହାରାଷ୍ଟ୍ର ବିଧାନସବା ନିର୍ବାଚନରେ ବିଜେପିର ଶିବସେନା ମେଣ୍ଟକୁ ସ୍ପଷ୍ଟ ଜନମତ ମିଳିଥିଲା | 288 ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିକୁ ସ୍ୱାବାବିକ 105 ଓ ଶିବସେନାକୁ 56 ଆସନ ମିଳିଛି | ଏହି ଦୁଇ ମେଣ୍ଟକୁ ବହୁମତ ମିଳିଥିଲା ବେଳେ କଂଗ୍ରେସ ଓ ଏନସିପିକୁ ବହୁମତ ମିଳିନାହିଁ | କଂଗ୍ରେସକୁ 44 ଓ ଏନସିପିକୁ 54 ଆସନ ମିଳିଛି | କିନ୍ତୁ ଶିବସେନା 50=50 ଦାବିରେ ଅଡି ବସିବାରୁ ସମସ୍ୟା ଉପୁଜିଛି | 5 ବର୍ଷ ଶାସନ ଭିତରେ ଶିବସେନା ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଦାବିରେ ଅଟଳ ରହିବା ପରେ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି | ଫଳରେ ଅକ୍ଟୋବର 24ରୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇ ସାରିଲା ପରେ ବି ଏପର୍ଯ୍ୟନ୍ତ ସରକାର ଗଠନ ହୋଇ ପାରି ନାହିଁ | ବିଜେପି ଶିବସେନା ବିଦାୟକ ମାନଙ୍କୁ ନିଜ ଆଡକୁ ନେବା ପାଇଁ ଉଦ୍ୟମ କରି ଫେଲ ମାରିଛି | ଏକାକି ସରକାର ଗଠନ କରିବା ପାଇଁ ବିଜେପି ସମର୍ଥ ହେଉ ନଥିବାରୁ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଲଗଠନ ଦାବିରେ ଓହୋରି ଯାଇଛି | ଏ କ୍ଷେତ୍ରରେ ଶିବସେନା ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଠିବା ପାଇଁ ଅଣ୍ଟା ଭିଡିଛି | ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି , ଶିବସେନାରୁ ହିଁ ମୁଖ୍ୟମନ୍ତ୍ରୀ ହେବେ |

ଏନସିପିର ମତ ହେଉଛି ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କ ଦଳ ସମର୍ଥନ ଦେବ | କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ମତ ସ୍ପଷ୍ଟ କରିନାହିଁ | ପୂର୍ବରୁ ଶିବସେନା ନେତା ସରତ ପାଓ୍ୱାର କହିଥିଲେ ଜନ ସାଧାରଣ ତାଙ୍କୁ ବିରୋଧୀ ଦଳରେ ବସିବା ପାଇଁ ମତ ଦେଇଛନ୍ତି | ସେମାନେ ବିରୋଧୀ ଦଳରେ ବସିବେ | କିନ୍ତୁ ଏବେ ଏନସିପି ଭିନ୍ନ ମତ ରଖିଛି | ହେଲେ କଂଗ୍ରେସ ମତ ପରେ ଚିତ୍ର ସ୍ପଷ୍ଟ ହେବ | କେବଳ ଏନସିପି ସମର୍ଥନରେ ଶିବସେନା ସରକାର ଗଠନ କର ପାରିବ ନାହିଁ |