OnaKhabar

ରେଡ ଲିପଷ୍ଟିକ ଲଗାଉଛନ୍ତି କି ତେବେ ଜାଣି ରଖନ୍ତୁ କିଛି ଟିପ୍ସ

169

ଭୁବନେଶ୍ୱର: ଆଜିକାଲି ପ୍ରାୟ ସମସ୍ତ ମହିଳା ଓ ଯୁବତୀ ମାନେ ଲିପଷ୍ଟିକ ଲଗାଇଥାଆନ୍ତି । ପ୍ରାୟ ମହିଳାଙ୍କ ହ୍ୟାଣ୍ଡବ୍ୟାଗରେ କିଛି ଥାଉ କି ନଥାଉ ନିଶ୍ଚିନ୍ତ ଭାବେ ବିୟୁଟି ପ୍ରଡକ୍ଟ ଥିବ । ତେବେ ପ୍ରାୟ ମହିଳା ଓ ଯୁବତୀ ମାନେ ରେଡ କଲର ଲିପଷ୍ଟିକ ଲଗାଇବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଏହି କଲର ଲିପଷ୍ଟିକ ଲଗାଇବା ଦ୍ୱାରା ଟିକେ ଅଧିକ ସୁନ୍ଦର ଦେଖା ଯାଇଥାଆନ୍ତି । ତେବେ ଜାଣି ରଖନ୍ତୁ କିଛି ଟିପ୍ସ:-
ହାବାର୍ଡ ୟୁନିଭରସିଟିରେ ହୋଇଥିବା ଏକ ଷ୍ଟଡିରେ ଜଣାପଡିଥିଲାଯେ, ଯେଉଁ କର୍ମଜୀବୀମାନେ ରେଡ ଲିପଷ୍ଟିକ୍ ଲଗାଇବାକୁ ପସନ୍ଦ କରନ୍ତି, ସେମାନେ ନିଜ କର୍ମକ୍ଷେତ୍ରରେ ଅଧିକ ଦକ୍ଷ, ସକ୍ଷମ ଓ ସମର୍ଥ ବୋଲି ଗ୍ରହଣ କରାଯାଇଥାଏ। ତାଙ୍କ ପର୍ସନାଲିଟିକୁ ମଧ୍ୟ ଅଧିକ ପସନ୍ଦ ବି କରାଯାଇଥାଏ।

ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ, ଓଠ ଓ ଆଇବ୍ରୋ ବୟସ ବଢିବା ସହ ନିଜ ଚମକ ହରାଇ ଦେଇଥାନ୍ତି। ତେଣୁ କମ୍ ବୟସର ଯୁବତୀମାନଙ୍କ ଲିପ୍ କଲର ବୟସ୍କା ମହିଳାଙ୍କ ଲିପ୍ କଲରଠାରୁ ଅଧିକ ଲାଲ ହୋଇଥାଏ। ଏପରି କ୍ଷେତ୍ରରେ ଆକର୍ଷଣୀୟ ଦେଖାଯିବା ଲାଗି ବୟସ୍କାମାନେ ମଧ୍ୟ ସବୁବେଳେ ରେଡ ଲିପଷ୍ଟିକ୍ ହିଁ ଚୟନ କରନ୍ତୁ।
ରେଡ କଲର ଲିପଷ୍ଟିକ୍ ଲଗାଇ ଆପଣ ମାର୍କେଟ ଯାଇଥିଲେ, ଯେ କେହି ନିହାତି ଆପଣଙ୍କୁ ବୁଲିକି ଦେଖିବ ନିଶ୍ଚିତ । ଏହା ଏପରି ଏକ ଲିପ୍ କଲର ଯାହାକି ସବୁ ସ୍କିନ ଟୋନକୁ ସୁଟ କରିଥାଏ ଓ ସମସ୍ତେ ଏହାକୁ ପସନ୍ଦ କରିଥାନ୍ତି। ଲାଇଟ୍, ଡାର୍କ ଆଦି ସବୁ କମ୍ପ୍ଲେସନ ଉପରେ ଏହି କଲର ଲିପଷ୍ଟିକ୍ ଭଲ ମାନିଥାଏ।