OnaKhabar

ପାଇଖାନା ଟାଙ୍କିରେ ପଡି ୫ବର୍ଷ ଶିଶୁର ମୃତ

28

ରାଉରକେଲା: ରାଉରକେଲାରେ ଘଟିଛି ଏକ ଦୁଃଖଦ ଘଟଣା | ପାଇଖାନା ଟାଙ୍କିରେ ବୁଡି ୫ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ମୃତ ଶିଶୁ ରାଉରକେଲା ପାନପୋଷ ଖରିଆବାହାଲ ବସ୍ତିର ଦିଲ୍ଲୀପ ସାହୁଙ୍କ ୫ବର୍ଷର ପୁତ୍ର ଅନିସ ସାହୁ ବୋଲି ଜଣା ପଡିଛି ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନରେ ବସ୍ତିରେ ଅନ୍ୟ ପିଲାଙ୍କ ସହ ଅନିସ ଖେଳୁଥିବା ସମୟରେ ବସ୍ତିରେ ଥିବା ପରିତ୍ୟକ୍ତ ଅର୍ଦ୍ଧନିର୍ମିତ ଖୋଲା ପାଇଖାନା ଟାଙ୍କିରେ ପଡି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘର ମାଲିକ ସେକ୍ ଅନସାରୀ ୫ରୁ ୬ବର୍ଷ ହେଲା ଘର ନିର୍ମାଣ ଅଧା ପନ୍ତରିଆ ଭାବରେ ରଖିଥିବା ବେଳେ ପାଇଖାନା ଟାଙ୍କି ମଧ୍ୟ ଅଧପନ୍ତରିଆ ଭାବରେ ରଖିଥିଲେ । ଯାହା ଫଳରେ ସେଥିରେ ପଡି ଶିଶୁଟିର ଜୀବନ ଚାଲିଗଲା ।ତୁରନ୍ତ ବସ୍ତିବାସୀ ଶିଶୁପୁତ୍ରକୁ ପାଇଖାନା ଟାଙ୍କିରୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।