OnaKhabar

ଶିକ୍ଷକଙ୍କ ପାଇଁ ଛାତ୍ରର ମୃତ୍ୟୁ

14

ବଣାଇ: ବଣାଇରେ ଅତି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ଛାତ୍ରଙ୍କ ନାମ ରାଜା । ସେ ଧରଣୀଧର ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ର ।

ସୂଚନା ଅନୁଯାୟୀ, ରାଜା ଏନସିସିରେ ଭାଗ ନେଇଥିଲେ । ତେବେ ଏନସିସି ଶିକ୍ଷକ ଅଧିକ ଶାରୀରିକ ପ୍ରଶିକ୍ଷଣ ପାଇଁ ବାଧ୍ୟ କରିଥିବା ନେଇ ରାଜାଙ୍କ ପରିବାର ଲୋକ ଶିକ୍ଷକଙ୍କ ନାଁରେ ଅଭିଯୋଗ କରିଛନ୍ତି । ଗତ ୨୨ତାରିଖରେ ଅଧିକ ଶାରୀରିକ ପ୍ରଶିକ୍ଷଣ ପରେ ସେ ଅସୁସ୍ଥ ହୋଇ ପଡିଥିଲେ । ଗତ ୧ତାରିଖରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୁଅର ମୃତ ଦେହକୁ ପରିବାର ଲୋକ ଗାଁ ମଶାଣିରେ ପୋତି ଦେଇଥିଲେ । ଏହି ଘଟଣାର ତଦନ୍ତ କରାଯାଇ ଗାଁ ମଶାଣି ମାଟି ତଳୁ ପୋଲିସ ଶବ ଉଦ୍ଧାର କରିଛି ।

ନିମ୍ନ ମାନର କାମ ନେଲା ଜୀବନ