OnaKhabar

ଅଯୋଧ୍ୟା ରାୟକୁ ନେଇ ଫେସବୁକରେ ଉତ୍ତେଜକ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ : ଡିଜିପି

50

ଭୁବନେଶ୍ୱର: ଅଯୋଧ୍ୟା ରାୟକୁ ନେଇ ଫେସବୁକରେ ଉତ୍ତେଜକ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ | ଆଜି ଡିଜିପି ବିକେ ଶର୍ମା ସାମ୍ବାଦିକ ସମ୍ମିଳନୀରେ ଏହା କରିଛନ୍ତି | ଏ ବିଷୟରେ ଯଦି କେହି ଫେସବୁକ ବା ଟ୍ୱିଟରରେ ଉତ୍ତେଜକ ପୋଷ୍ଟ କରନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ବିକେ ଶର୍ମା କହିଛନ୍ତି | ଉତ୍ତେଜକ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି | ଶାନ୍ତିଶୃଙ୍ଖଳା ଓ ସଦଭାବନା ବଜାୟ ରଖିବାକୁ ପୁଲିସ ସଜାଗ ଥିବା ସହ ଓଡ଼ିଶା ପୁଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି |
ସମ୍ବେଦନଶୀଳ ଜିଲ୍ଲାରେ ପର୍ଯ୍ୟାପ୍ତ ପୁଲିସ ମୁତୟନ ଥିବା ସହ ସ୍ଥିତି ଉପରେ ନଜର ରଖିବାକୁ ସବୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି |ଶାନ୍ତି ବଜାୟ ପାଇଁ ବିଭିନ୍ନ ଧାର୍ମିକ ନେତାଙ୍କ ସହ ଆଲୋଚନା ହୋଇଥିବା ବେଳେ ମୋବାଇଲ ପାଟ୍ରୋଲିଙ୍ଗଙ୍କୁ କଡାକଡି କରାଯାଇଛି |