OnaKhabar

ବେଖାତିର ଭାବେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଲେ ରାନୁ ମଣ୍ଡଳ

281

ନୂଆଦିଲ୍ଲୀ: ଷ୍ଟେସନ୍‌ରେ ଗୀତ ଗାଇ ବଲିଉଡ୍‌ରେ ଫେମସ ହୋଇଥିବା ରାନୁ ମଣ୍ଡଳ ଗତ କିଛି ଦିନ ହେଲା ସଦା ସର୍ବଦା ଚର୍ଚ୍ଚାରେ ରହି ଆସୁଛନ୍ତି । ତେବେ ରାନୁଙ୍କ ଗୀତ ଗାଇବା ଶୈଳୀ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ନିକଟରେ ଗଣମାଧ୍ୟମ ସାମ୍ମାନରେ ରାନୁଙ୍କ ଏକ ଅଜବ ବ୍ୟବହାର ତାଙ୍କ ପ୍ରଶଂସକଙ୍କୁ କିଛିମାତ୍ରାରେ ଅସନ୍ତୁଷ୍ଟ କରିଥିବାର ଜଣା ପଡିଛି ।ଗତ କିଛିଦିନ ତଳେ ରାନୁ ମଣ୍ଡଳଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଜଣେ ମହିଳାଙ୍କ ପ୍ରଶଂସକଙ୍କ ସହିତ ଖରାପ ବ୍ୟବହାର କରିଥିବା ନଜର ଆସିଥିଲେ। ଏହି ଖବର ଭାଇରାଲ ହେବା ପରେ ରାନୁ ମଣ୍ଡଳଙ୍କ ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଗଣମାଧ୍ୟମଙ୍କ ସହ ଯେଭଳି ସ୍ୱଭାବ ଦେଖାଉଛନ୍ତି ତାହା ସମାଲୋଚନାରେ ବିଷୟ ପାଲଟିଛି।ଏହି ଭିଡିଓରେ ଗଣମାଧ୍ୟମ ରାନୁ ମଣ୍ଡଳଙ୍କୁ ଆପଣଙ୍କ ସ୍ୱପ୍ନ ସତ ହେବାକୁ ଯାଉଛି। ଆପଣଙ୍କୁ ବିଶ୍ୱାସ ହେଉଛି ଏତେ ସଂଖ୍ୟାରେ ଲୋକମାନେ ଆପଣଙ୍କୁ ଦେଖୁଛନ୍ତି ଓ ଶୁଣୁବିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାନୁ ମଣ୍ଡଳ ଗଣମାଧ୍ୟମ ସାମ୍ନାରେ ଏକ ଅଜବ ବ୍ୟବହାର କରିବା ସହିତ କିଛି ସ୍ପଷ୍ଟ ଶୁଣା ଯାଉନାହିଁ କହି ମୁହଁ ବୁଲାଇ ଦେଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି କି ଗଣମାଧ୍ୟମର ଏଭଳି ପ୍ରଶ୍ନ ତାଙ୍କୁ ଆଦୌ ଭଲ ଲାଗିନାହିଁ।