OnaKhabar

ସ୍ତ୍ରୀକୁ ପନିକିରେ ହାଣିଲା ସ୍ୱାମୀ

27

ବଲାଙ୍ଗିର : ସ୍ତ୍ରୀକୁ ପନିକିରେ ହାଣିଲା ସ୍ୱାମୀ । ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ବଲାଂଗୀର ଜିଲ୍ଲା ବଂଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁରେ | ମୃତ ମହିଳା ୩୬ ବର୍ଷ ବୟସ୍କା ରୀନା ସାହୁ । ପରେ ସ୍ୱାମୀ ଗୋଦାବରୀ ସାହୁ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ବଂଗୋମୁଣ୍ଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ୩ ଝିଅ ଗୋଟିଏ ପୁଅ ଅଛନ୍ତି । ପାରିବାରିକ ଗଣ୍ଡଗୋଳକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଗାଇଥିଲା | ପରେ ସ୍ୱାମୀ ଏପରି କରିଥିବା ଜଣାପଡିଛି | ମୃତ ସ୍ତ୍ରୀର ଶବକୁ ଜବତ କରି ହତ୍ୟାକରୀ ସ୍ବାମୀକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ବଂଗୋମୁଣ୍ଡା ପୋଲିସ । ହତ୍ୟା ପରେ ଭାଲୁମୁଣ୍ଡା ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି ।