OnaKhabar

ବୁଲବୁଲର ପ୍ରଭାବରେ ଧାମରାରେ ବୋଟରୁ ଖସି ଜଣେ ମୃତ

14

ଭୁବନେଶ୍ୱର : ଭୟଙ୍କର ବାତ୍ୟା ବୁଲବୁଲ ଓଡ଼ିଶା ଉପକୂଳ ଦେଇ ଗତି କରୁଛି । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି | ଏହି ସମୟରେ ଘଟିଛି ଏକ ଅଘଟଣ । ପ୍ରବଳ ପବନ ହେତୁ ଧାମରାରେ ବୋଟରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାର ସୂଚନା ମିଳିଛି ।

ବାତ୍ୟା ବୁଲବୁଲ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଂଚଳ ତଥା ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ଜାରି ରହିଛି । ପାରାଦୀପଠାରୁ ୯୫ କିମି କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବୁଲବୁଲ । ଏହି ବାତ୍ୟା ଘଣ୍ଟାପ୍ରତି ୧୫ କିମି ବେଗରେ ପଶ୍ଚିମବଙ୍ଗ ମୁହାଁ ହୋଇ ଗତି କରୁଛି । ତେବେ ବତ୍ତର୍ତ୍ତମାନ ଭଦ୍ରକ ଜିଲ୍ଲା ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହୁଛି । ଫଳରେ ପ୍ରବଳ ପବନ ଯୋଗୁଁ ଧାମରା ତାଳଚୁଆରେ ବୋଟରୁ ସମୁଦ୍ରକୁ ଖସି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ସେ ମାଛ ଧରି “ମାଁ ଭଗବତୀ” ବୋଟରୁ ଫେରୁଥିବା ବେଳେ ପବନର ବେଗ ଅଧିକ ଥିବାରୁ ସମୁଦ୍ରକୁ ଖସିପଡ଼ିଥିଲେ । ଫଳରେ ଏହି ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି । ମୃତକ ହେଲେ ଉଦଳାର ବୋଟ କର୍ମଚାରୀ ଲାଲମୋହନ ସିଂ ବୋଲି ସୂଚନା ମିଳିଛି ।