OnaKhabar

ରାୟରେ ସନ୍ତୁଷ୍ଟ ନାହୁଁ : ଓୱେସୀ

41

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟଙ୍କ ଦ୍ୱାରା ଘୋଷିତ ଅଯୋଧ୍ୟା ରାୟରେ ସନ୍ତୁଷ୍ଟ ନାହାନ୍ତି ବୋଲି କହିଛନ୍ତି ହାଇଦ୍ରାବାଦ ଏମପି ତଥା ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁଲଲିମିନ (ଏଆଇଏମଆଇଏମ) ଅସାଦୁଦ୍ଦିନ ଓୱେସୀ । ଅଯୋଧ୍ୟା ରାୟ ପ୍ରକାଶର ଦୁଇ ଘଣ୍ଟା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏକଥା କହିଛନ୍ତି । ସେ କହିଛନ୍ତି ଯେ ସୁପ୍ରିମ କୋର୍ଟ ପ୍ରକୃତରେ ସର୍ବୋପରି। ଏହା ସତ୍ୟ ଉପରେ ବିଶ୍ୱାସର ବିଜୟ । ସେ ଭାରତର ସମ୍ବିଧାନ ଉପରେ ସଂପୂର୍ଣ୍ଣ ବିଶ୍ୱାସ କରନ୍ତି । ମୁସଲିମ ସମାଜ ନ୍ୟାୟ ପାଇଁ ଲଢେଇ କରୁଥିଲା ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଦାନ ସୁତ୍ରେ ୫ ଏକର ଜମି ମୁସଲିମ ସମାଜ ଆଶା କରନ୍ତି ନାହିଁ । ଦାନରେ ଦିଆଯିବାକୁ ଥିବା ୫ ଏକର ଜମିକୁ ଆମେମାନେ ଗ୍ରହଣ କରିବା ଉଚିତ ନୁହେଁ ।
ଆଜି ସୁପ୍ରିମକୋର୍ଟର ଏକ ୫ ଜଣିଆ ବେଞ୍ଚ ଅଯୋଧ୍ୟା ଜମିବିବାଦ ମାମଲାର ରାୟ ଶୁଣାଇଛନ୍ତି । ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଦିଆଯାଇଥିବାବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ଜମି ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ ଅଛି ।