OnaKhabar

‘ବୁଲ୍‌ବୁଲ୍‌’ ନେଲା ଆଉ ଏକ ଜୀବନ

84

ଆଳି : ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଧାମରାରେ ବୋଟରୁ ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଣି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି | ଜଣେ ବୃଦ୍ଧ ଘରେ ଶୋଇଥିବା ସମୟରେ ପବନରେ ଉଡିଆସି ଏକ ଆଜବେଷ୍ଟସ୍‌ ତାଙ୍କ ଘର ଛାତ ଉପରେ ପଡ଼ିଥିଲା । ଫଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତିରେ ଏମିତି ଦୁର୍ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି।
ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଗତକାଲିଠାରୁ ରାଜକନିକା ଅଞ୍ଚଳରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହୋଇଥିଲା। ସେଥିପାଇଁ ଗଜରାଜପୁର ଗାଁର ୭୦ ବର୍ଷିୟ ବୃଦ୍ଧ ଗଣେଶ୍ୱର ମଳିକ ଗତକାଲି ରାତିରେ ଘରେ ଶୋଇ ଥିଲେ। ବିଳମ୍ୱିତ ରାତିରେ ବାତ୍ୟା ପବନରେ ଉଡ଼ିଅସି ଏକ ଆଜବେଷ୍ଟସ୍‌ ଗଣେଶ୍ୱର ଘରେ ଛାତ ଉପରେ ପଡ଼ିଥିଲା। ଫଳରେ ଆଜବେଷ୍ଟସ୍‌ଟି ଭାଙ୍ଗି ଗଣେଶ୍ୱରଙ୍କ ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ରାଜକନିକା ତହସିଲଦାରଙ୍କ ନିର୍ଦ୍ଦେଶରେ ଆର୍‌ଆଇ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।