OnaKhabar

ସ୍ୱାମୀଙ୍କ ଅବୈଧ ସଂପର୍କ ବିଷୟରେ ସ୍ତ୍ରୀ ଜାଣିବା ପରେ ରାଗରେ ବିବାହିତ ପ୍ରେମିକା ଓ ତାଙ୍କ ୬ ବର୍ଷର ଝିଅଙ୍କୁ ଜିଅନ୍ତା…

212

ଭରତପୁର: ସ୍ୱାମୀଙ୍କ ଅବୈଧ ସଂପର୍କ ବିଷୟରେ ଜାଣିବା ପରେ ଜଣେ ମହିଳା ଯାହା କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଡାକ୍ତର ସ୍ବାମୀଙ୍କ ଅବୈଧ ସଂପର୍କ ବିଷୟରେ ଜାଣିବା ପରେ ଡାକ୍ତରାଣୀ ସ୍ତ୍ରୀ ସ୍ବାମୀଙ୍କ ପ୍ରେମିକା ଓ ପ୍ରେମିକାଙ୍କ ୬ ବର୍ଷର ଝିଅକୁ ଜୀବନ୍ତ ଜାଳି ଦେଇଛନ୍ତି । ମାଆ ଓ ଛୁଆଙ୍କ ଦେହରେ ନିଆଁ ଲଗାଇ ବା ପରେ ଡାକ୍ତରାଣୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାର ସୂଚନା ମିଳିଛି । ରାଜସ୍ଥାନର ଭରତପୁର ଜିଲ୍ଲାରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ ଭରତପୁର ଜିଲ୍ଲାର ଆଗ୍ରା ରୋଡ଼ସ୍ଥିତ ସୂର୍ଯ୍ୟସିଟି ଅଞ୍ଚଳରେ ଥିବା କଲୋନୀରେ ଏଭଳି ଅଘଟଣ ଘଟିଛି। ଏହି କଲୋନୀରେ ଡାକ୍ତର ସୁଦୀପ ଗୁପ୍ତାଙ୍କ ଘର ସେଠାରେ ଡାକ୍ତର ସୁଦୀପ ଓ ତାଙ୍କ ପତ୍ନୀ ଡାକ୍ତର ସୀମା ଗୁପ୍ତା ରହନ୍ତି । ତେବେ ସେହି କଲୋନୀର ଜଣେ ବିବାହିତ ମହିଳାଙ୍କ ସହ ଡାକ୍ତର ସୁଦୀପଙ୍କ ପରକୀୟା ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ସଂପୃକ୍ତ ମହିଳାଙ୍କ ୬ ବର୍ଷ ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଥିଲା । ତଥାପି ସୁଦୀପ ଓ ସଂପୃକ୍ତ ମହିଳା ପରସ୍ପରକୁ ଭଲ ପାଉଥିଲେ । ଅନେକ ଥର ଡାକ୍ତର ସୀମା ଗୁପ୍ତା ତାଙ୍କ ସ୍ବାମୀଙ୍କ ସହ ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଲେ । ଏହି ଘଟଣାକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ହୋଇଥିଲା । ଡାକ୍ତର ସୁଦୀପ କିନ୍ତୁ ଏଥିରୁ ନିବୃତ୍ତ ହୋଇନଥିଲେ । ଡାକ୍ତର ସୀମା ଗୁପ୍ତା ସ୍ବାମୀଙ୍କ ପ୍ରେମିକଙ୍କୁ ମଧ୍ୟ ବହୁବାର ତାଗିଦ କରିଥିଲେ । ସେ ମଧ୍ୟ ସୀମାଙ୍କ ବାରଣ ମାନି ନ ଥିଲେ ।

ପୋଲିସ କହିବା ଅନୁସାରେ ଡାକ୍ତର ସୁଦୀପଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରେମିକାଙ୍କୁ ସୀମା ନିମନ୍ତ୍ରଣ କରିଥିଲେ। ସୀମାଙ୍କ ନିମନ୍ତ୍ରଣ ରକ୍ଷା କରି ମହିଳା ଓ ତାଙ୍କ ୬ ବର୍ଷର ଛୋଟ ଆସିଥିଲେ। କିନ୍ତୁ ଡାକ୍ତରଙ୍କ ପତ୍ନୀ ସୀମା ପୂର୍ବ ଯୋଜନା ଅନୁସାରେ ପ୍ରସ୍ତୁତ ହୋଇ ରହିଥିଲା। ମହିଳା ଓ ତାଙ୍କ ଛୋଟ ଝିଅ ଆସି ପହଞ୍ଚିବା ମାତ୍ରେ ଦୁଇଜଣଙ୍କ ଉପରେ ​‌ଡାକ୍ତରଙ୍କ ପତ୍ନୀ ସୀମା ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା। ଘର ଭିତରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ନିଆଁ ଲିଭାଇବା ଭିତରେ ମହିଳା ଓ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ଘଟିବା ପରେ ଅଭିଯୁକ୍ତ ଡାକ୍ତର ମହିଳା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।