OnaKhabar

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

40

ମେଷ: ବ୍ୟବସାୟରେ ଲାଭବାନ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ସମସ୍ତ ଯୋଜନା ସଫଳ ହେବେ । ପାରିବାରିକ ସୁଖ ବୃଦ୍ଧି ପାଇବ । ଶାରୀରିକ କଷ୍ଟ ଦୂରେଇ ଯବାର ସମ୍ଭାବନା । ଧର୍ମ ପରାୟଣ ହେବେ ।

ବୃଷ: ଚାକରି କ୍ଷେତ୍ରରେ ଲାଭବାନ ହେବେ । ନୂତନ ଯୋଜନାର ସ୍ୱଭାବସ୍ଥ ହେବ । ଗୃହରେ କୌଣସି ସାଙ୍ଗଠନିକ, ମାଙ୍ଗଳିକ କାର୍ଯ୍ୟ ପୂର୍ଣ୍ଣ ହେବ । ଶାରିୀକ ସୁସ୍ଥତା ବୃଦ୍ଧି ପାଇବ । ପାରିବାରିକ ସୁଖ ସମୃଦ୍ଧି ପାଇବ । ଧାର୍ମିକ ମନୋଭାବରେ ତୀର୍ଥଯାତ୍ରା କରିପାରନ୍ତି ।

ମିଥୁନ: ବ୍ୟବସାୟରେ ଋଣ କରିପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ । ନୂତନ ଗୃହ ଲାଭ ହୋଇପାରେ । ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ଦୂଯାତ୍ରା କରିପାରନ୍ତି ।

କର୍କଟ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ । ବ୍ୟବସାୟରେ ଆୟବ୍ୟୟ ସମାନ ରହିବ । ଋଣମୁକ୍ତ ହେବେ । ଶାରିରିକ ସୁସ୍ଥାତା ମିଳିବ । ଦୂଯାତ୍ରାରେ ସୁଖୀ ହେବ । ମହିଳାମାନେ ଧର୍ମ ଓ ପରୋପକାର କାର୍ଯ୍ୟରେ ମନବଳାଇବେ ।

ସିଂହ: ବିଭିନ୍ନ କାର୍ଯ୍ୟରେ ସମସ୍ୟା ଦେଖାଦେଇପାରେ । ସାବଧାନତା ସହ କାର୍ଯ୍ୟ ସମଧାନ କରିବାକୁ ଚେଷ୍ଟା କରିବେ । ପରିବାରରେ କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇପାରେ ସେଥିପାଇଁ ମାନସିକ ଅଶାନ୍ତି ବୃଦ୍ଧି ପାଇବ ।

କନ୍ୟା: କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ପ୍ରତି ଅବିଶ୍ୱାସ ଭାବ ଜାଗତ୍ର ହେବ । ସଂଚିତ ଧନ ବ୍ୟୟ ହେବ । ମାନସିକ ଚିନ୍ତା ବୃଦ୍ଧି ପାଇବ । ମହିଳାମାନେ ସନ୍ତାନ ସୁଖରେ ସୁଖୀହେବେ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିବେଚିତ ହେବେ ।

ତୁଳା : ବ୍ୟବସାୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ଉନ୍ନତି ହୋଇପାରେ । ଅର୍ଥଲାଭ ହେବ । ମାନସମ୍ମାନ ବୃଦ୍ଧି ହେବ । ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ । ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ ।

ବିଛା: ଆଜିଦିନଟି କର୍ମକ୍ଷେତ୍ରରେ ସାମୟିକ ଭାବେ ସମସ୍ୟା ବହୁଳ ହୋଇପାରେ । ଥଣ୍ଡାଜନିତ ପୀଡ଼ା ଅନୁଭବ କରିପାରନ୍ତି । ଚଂଚଳ ସ୍ୱଭାବର ହେବେ । ଖର୍ଚ୍ଚାନ୍ତ ହେବେ ।

ଧନୁ : କାର୍ଯ୍ୟ କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଚଂଚଳ ପ୍ରକୃତିର ହେବେ ।

ମକର: ବ୍ୟବସାୟରେ ସଫଳତା ସହ ଲାଭବାନ ହେବେ । ପ୍ରତିଯୋଗିତାରେ ସଫଳତା ଲାଭ କରିବେ । ପାରିବାରିକ ଶାନ୍ତି ମିଳିବ । ମାନସିକ ଶାନ୍ତି ବଜାୟ ରହିବ । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ ।

କୁମ୍ଭ: ବ୍ୟବସାୟରେ ଲାଭବାନ ହେବେ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ମାନସମ୍ମାନ ବୃଦ୍ଧି ପାଇବ । ଏକ ସମୟରେ ଅନେକ ପ୍ରକାଣ କାର୍ଯ୍ୟ କରିବାର ସୁଯୋଗ ଆସିବ ।

ମୀନ : ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ । କର୍ମକ୍ଷେତ୍ରରେ ଅଶାନ୍ତି, ମାନସିକ ଚିନ୍ତା ବୃଦ୍ଧି ପାଇବ । ଭାଗ୍ୟୋଦୟ ପାଇଁ ପ୍ରତୀକ୍ଷା କରନ୍ତୁ । ମହିଳାମାନେ ଚିନ୍ତିତ ହେବେ । ଛାତ୍ରଛାତ୍ରୀମାନେ ଅସଫଳ ହେବେ ।