OnaKhabar

୩ବର୍ଷର ପୁଅ ଚୁପ୍‌ ନ ହେବାରୁ ମା’ ପାଲଟିଗଲା ରାକ୍ଷସୀ, ଆଉ କଣ କଲା……

1,552

ମୁମ୍ବାଇ: ଏଭଳି ଅଭାବନୀୟ ଘଟଣା ଗତ ବୁଧବାର ଲୋକଲୋଚନକୁ ଆସିଥିଲା । ମା ପାଲଟିଗଲା ରାକ୍ଷସୀ | ଶିଶୁର କାନ୍ଦବନ୍ଦ ନହେବାରୁ ତାର ଜିଭ କାଟି ତାକୁ ନଦୀରେ ଫୋପାଡି ଦେଇଛି |ଚିକମଂଙ୍ଗଲୁରୁ ବେତ୍ତାଦଓ୍ଵାରକେରେ ଗ୍ରାମରେ ଲୋକମାନେ ଭଦ୍ରା ନଦୀରେ ଏକ ଶିଶୁକୁ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମର ଲୋକମାନେ ପୁଲିସକୁ ଫୋନ୍‌ କରି ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିବର୍ଷ ଶିଶୁର ମୃତଦେହକୁ ଉଦ୍ଧାର କରିଥିଲା।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ତିନିବର୍ଷର ପୁଅ କୌଣସି କାରଣରୁ ଜୋରଜୋରରେ କାନ୍ଦିବାକୁ ଲାଗିଥିଲା। ସେ ଏମିତି କାନ୍ଦୁଥିଲା ଯେମିତି ତାର ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। କିନ୍ତୁ ମା’ ଶିଶୁଟିର କାନ୍ଦକୁ ଚୁପ୍‌ କରି ନ ପାରି ବିରକ୍ତ ହୋଇ ପୁଅର ଜିଭକୁ କାଟିବା ସହିତ ତାକୁ ଭଦ୍ରା ନଦୀକୁ ଫିଙ୍ଗି ଦେଇଥିଲା। ତା’ପର ଦିନ କମଳା ପୁଲିସକୁ ଫୋନ୍‌ କରି ପୁଅ ନିଖୋଜ ହୋଇଯାଇଥିବା ସୂଚନା ଦେଇଥିଲା।
ଭଦ୍ରା ନଦୀରୁ ତିନିବର୍ଷର ପୁଅର ମୃତଦେହ ମିଳିବା ପରେ ପୁଲିସକୁ ସନ୍ଦେହ ହୋଇଥିଲା। ଏହାପରେ ତଦନ୍ତ ଆରମ୍ଭ କରି ପୁଅକୁ ହତ୍ୟା କରିବା ଅଭିଯୋଗରେ ମା’ କମଳାକୁ ଗିରଫ କରିଥିଲ। ମା’ ବି ନିଜ ଦୋଷ ସ୍ୱୀକାର କରିଥିଲା |