OnaKhabar

ଗହଣା ଦୋକାନରୁ ଲୁଟ୍ ପାଇଁ ଗୁଳି ଆଉ ଏସିଡ ମାଡ : ଧରାପଡ଼ି ଛେଚା ଖାଇଲେ ଦୁର୍ବୃତ

12

ବାରିପଦା : ମୟୁରଭଞ୍ଜ ଜିଲ୍ଲା ଵୈଶିଙ୍ଗା ବଜାରରେ ଦିନ ଦ୍ଵିପ୍ରହରରେ ଗୁଳି ଓ ଏସିଡ ମାଡ କରି ଗହଣା ଦୋକାନରୁ ଗହଣା ଲୁଟି ନେଇ ଫେରାର ହେବା ପାଇଁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । ଗହଣା ଲୁଟ୍ କରି ଫେରାର ବେଳେ ଧରା ପଡିଯାଇଥିଲେ ଲୁଟେରା । ଆଉ ସ୍ଥାନୀୟ ଲୋକେ ଦୁର୍ବୃତ୍ତମାନଙ୍କୁ ଧରି ନିର୍ଧୁମ ଛେଚିବା ସହ ପୋଲିସ ଦେଇଛନ୍ତି ।

ମିଳିଥିବା ଖବର ଅନୁସାରେ ଏହି ଘଟଣା ଘଟିଛି ବୈଶିଙ୍ଗା ଥାନାର ବୈଶିଙ୍ଗା ବଜାରରେ ଥିବା ବିଶ୍ଵକର୍ମା ଗହଣା ଦୋକାନରୁ ଦୁର୍ବୃତ୍ତମାନେ ଲୁଟ କରିବାକୁ ଉଦ୍ୟମ କରିଥିଲେ । ଲୋକଙ୍କୁ ଭୟଭୀତ କରିବାପାଇଁ ସେମାନେ ଗୁଳି ଫୁଟାଇ ଥିଲେ | ଲୋକେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରିବା ବେଳେ ଖସିବା ପାଇଁ ଏସିଡ ଫିଙ୍ଗି ଥିଲେ | ହେଲେ ସେମାନଙ୍କ ସବୁ ଉଦ୍ୟମ ବିଫଳ ହୋଇଥିଲା | ତେବେ ଦୁର୍ବୃତ୍ତମାନେ ଲୁଟ କରି ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକ କାବୁ କରିନେଇ ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣାସ୍ଥଳରେ ବୈଶିଙ୍ଗା ପୋଲିସ ପହଂଚି ସେମାନଙ୍କୁ ଉଦ୍ଧାର କରିବା ସହ ଲୋକଙ୍କ ମାଡ଼ରେ ଆହତ ତିନି ଦୁର୍ବୃତ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି |