OnaKhabar

ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ଅଟୋ ଚାଳକ, ଆଉ ଏବେ….

52

ଚଣ୍ଡିଗଡ଼ : ଦେଶ ତଥା ରାଜ୍ୟରେ ନାରୀ ନିର୍ଯ୍ୟାତନା ଯେମିତି ଥମିବାର ନାଁ ଧରୁନି | ୨୦୧୫ ମସିହା ଏପ୍ରିଲ ମାସରେ ୟୁଏସରେ ରହୁଥିବା ଜଣେ ମହିଳାଙ୍କୁ ଅଟୋ ଚାଳକ ଓ ତାର ସାଥୀ ମିଶି ତାଙ୍କ ସହ ଗଣଦୁଷ୍କର୍ମ ବଳି ଜଘନ୍ୟ କାଣ୍ଡ ଘଟାଇ ଥିଲେ । ଏହି ଘଟଣାର ମାତ୍ର ଜଣେ ସାକ୍ଷୀ ଅଛନ୍ତି । ସେ ହେଉଛନ୍ତି ଗଗନପ୍ରିତ୍ ସିଂହ । କୋର୍ଟରେ ଅଭିଯୁକ୍ତ ବଲଦେବ ସିଂହ ପହଞ୍ଚିବା ମାତ୍ରେ ତାକୁ ଗଗନପ୍ରିତ ସିଂହ ଚିହ୍ନିବାରେ ସକ୍ଷମ ହୋଇଥିଲେ ।

ତେବେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଅଟୋ ଚାଳକକୁ ପୋଲିସ ଗିରଫ କରିଛି। ଏ ସବୁ ଘଟଣାକୁ ଦେଖିଥିବା ଗଗନପ୍ରିତିଙ୍କ କହିବା ଅନୁସାରେ ହୋଟେଲରେ ରୁମ ବୁକିଂ କରି ଦେବ କହି ପୀଡ଼ିତା ମହିଳାଙ୍କୁ ଅଭିଯୁକ୍ତ ଅଟୋ ଚାଳକ ସାଙ୍ଗରେ ନେଇଯାଇଥିଲା।

ଗଗନପ୍ରିତ ସାକ୍ଷୀ ଦେଲେ ଦୋଷୀ ଦଣ୍ଡ ପାଇବେ ନ ହେଲେ ମୁକ୍ତ ହୋଇଯିବ ବୋଲି ଅଦାଲତ କହିଛନ୍ତି। କାହିଁକି ନା ଭିଡିଓ କନଫରେନସିଂ ଦ୍ବାରା କୋର୍ଟରେ ମହିଳାଙ୍କ ବୟାନ ରେକର୍ଡ ହୋଇଥିଲା। କିନ୍ତୁ କୋର୍ଟରେ ଉପସ୍ଥିତ ଥିବା ଅଭିଯୁକ୍ତ ଅଟୋ ଚାଳକକୁ ପୀଡ଼ିତା ମହିଳା ଚିହ୍ନି ପାରି ନଥିଲେ। ତେଣୁ ପ୍ରତ୍ୟେକ୍ଷ ଦର୍ଶୀ ଗଗନପ୍ରିତଙ୍କ କଥା ଅନୁସାରେ କୋର୍ଟ ନ୍ୟାୟ ପ୍ରଦାନ କରି ପାରନ୍ତି ବୋଲି ଆଶା କରାଯାଉଛି।