OnaKhabar

ଭୁବନେଶ୍ୱରରୁ ମୁମ୍ୱାଇ ଯାଉଥିବା ଏୟାର ଇଣ୍ଡିଆରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

42

ଭୁବନେଶ୍ୱର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଘଟିଛି ଅଘଟଣ | ବୀିମାନର ବାମ ପାର୍ଶ୍ୱରେ ନିଆଁ ଲାଗିଥିଲା। ଫଳରେ ବିମାନକୁ ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା । ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ ଏଯାଏ ଜଣାପଡ଼ିନଥିବା ବେଳେ ବିମାନରେ ଥିବା ୧୮୨ ଯାତ୍ରୀ ସୁରକ୍ଷିତ ଥିବାର ଜମା ପଡିଛି ।

ନିର୍ଦ୍ଧାରିତ ସମୟଠାରୁ ବିଳମ୍ୱରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ଯାତ୍ରା ଆରମ୍ଭ କରିଥିଲା। ତେବେ ହଠାତ ମଝି ଆକାଶରେ ବିମାନରେ ନିଆଁ ଲାଗିଥିଲା। ଜଣେ ଯାତ୍ରୀ ଦେଖି ଏୟାର ହୋଷ୍ଟେଜଙ୍କୁ କହିଥିଲେ। ତା’ପରେ ପାଇଲଟ୍‌ଙ୍କ ପାଖକୁ ଖବର ଦିଆଯାଇଥିଲା। ଏହା ପରେ ପାଇଲଟ ରାୟପୁର ବିମାନ ବନ୍ଦରରେ ବିମାନକୁ ଜରୁରି ଅବତରଣ କରାଯାଇଥିଲେ।