OnaKhabar

୩୫୦ କିମି ଦୂରରେ କେନ୍ଦ୍ରୀଭୂତ ବୁଲବୁଲ

20

ଭୁବନେଶ୍ୱର: ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ବୁଲବୁଲ| ବାତ୍ୟ ବୁଲବୁଲ ଭୟଙ୍କର ରୂପ ଧାରଣ କଲାଣି । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସହ ବନ୍ୟା ହେବର ସମ୍ଭାବନା ରହିଛି । ଏବେ ପାରଦ୍ୱୀପଠାରୁ ୩୫୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି । ଏହା ଘଂଟାପ୍ରତି ୧୦ କିମି ବେଗରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଆଡେ ମୁହାଁଉଛି । ଏନେଇ ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |
ଏସଆରସି କହିଛନ୍ତି ଯେ, ବୁଲବୁଲ ପ୍ରଭାବରେ ଆଜିଠୁ ୯ ତାରିଖ ଯାଏଁ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଆଜି ପୁରୀ, କେନ୍ଦ୍ରାପଡା, ଭଦ୍ରକ ଓ ଜଗତସିଂପୁରରେ ବର୍ଷା ଆଶଙ୍କା ରହିଛି । କାଲି ମଧ୍ୟ ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନନ୍ତର କରାଯିବ | ୯ଟି ଜିଲ୍ଲାକୁ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ପଠାଯାଇଛି ା ଲୋକଙ୍କୁ ମଧ୍ୟ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି |