OnaKhabar

୫ଦଫା ଦାବୀରେ ଓଡିଶା ରାଜ୍ୟ ଆଶା ଓ ଆଶାସାଥୀ ସଙ୍ଘ ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିବାଦ ସଭା

64

ଗଞ୍ଜାମ: ୫ଦଫା ଦାବିରେ ଓଡିଶା ରାଜ୍ୟ ଆଶା ଓ ଆଶା ସାଥୀ ସଙ୍ଘ ପକ୍ଷରୁ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ଥ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନରେ କାର‌୍ୟ୍ୟରତ ଏହି ଆଶା ଓ ଆଶାସାଥୀ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଯୋଜନାକୁ କାର‌୍ୟ୍ୟକାରୀ କରୁଛନ୍ତି । ଗତ ୨୦୧୮ମସିହା ସେପ୍ଟେମ୍ବର ୧୧ତାରିଖରେ ଖୋଦ ପ୍ରଧାନମନ୍ତ୍ରୀ ଆଶା ସାଥୀଙ୍କ ମାସିକ ଦରମା୩ହଜାରରୁ ବୃଦ୍ଧି କରି ୬ହଜାର ଘୋଷଣା କରିଥିଲେ । କିନ୍ତୁ ଏକ ବର୍ଷ ପରେ ମଧ୍ୟ ଓଡ଼ିଶାରେ ରାଜ୍ୟ ସରକାର ଆଶା ସାଥୀଙ୍କୁ ସେମାନଙ୍କର ବର୍ଦ୍ଧିତ ପ୍ରାପ୍ୟ ଦେବାରେ ଅବହେଳା କରିଛନ୍ତି । ତୁରନ୍ତ ଏହି ବର୍ଦ୍ଧିତ ଦରମା ବକେୟା ସହିତ ପ୍ରଦାନ ଦାବିରେ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରିବାକୁ ସଙ୍ଘ ଚେତାବନୀ ଦିଆଯାଇଛି ।

ପ୍ରସ୍ତାବିତ ମଦଭାଟି ବନ୍ଦ କରିବା ଦାବିରେ ସୁରଙ୍ଗୀ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ