OnaKhabar

ସାମ୍ବାଦିକଙ୍କୁ ଦୁର୍ବ୍ୟବ୍ୟବହାର ଘଟଣାରେ, ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ମାମଲା ରୁଜୁ କଲା ପୁଲିସ

107

କେନ୍ଦ୍ରାପଡ଼ା: ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ମାମଲାରେ ଆଜି ପୁଲିସ ପକ୍ଷରୁ କେନ୍ଦ୍ରାପଡ଼ା ଥାନାରେ ବିଜେଡି ସାଂସଦ ଅନୁଭବଙ୍କ ନାଁରେ ମାମଲା ରୁଜ୍ଜୁ କରିଛି। ଅଭିଯୋଗ ଆଧାରରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୫୦୦, ୫୦୬ରେ ଆଜି କେନ୍ଦ୍ରାପଡ଼ା ଥାନାରେ ମାମଲା ରୁଜ୍ଜୁ କରାଯାଇଛି ।

ଗତ ୫ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତି ଜନୈକ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ଆସିଥିଲା । ଏହାପରେ ସେ କେନ୍ଦ୍ରାପଡ଼ା ଥାନାରେ ଏତଲା ଦେଇଥିଲେ।

ଆହୁରିମଧ୍ୟ ଗତକାଲି ରାଜଧାନୀରେ ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଏକ ୧୦ଜଣିଆ ପ୍ରତିନିଧି ଦଳ ଲୋକସେବା ଭବନକୁ ଯାଇ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।