OnaKhabar

ବିବାହର ପୂର୍ବଦିନ ଯୁବକଙ୍କୁ ଏସିଡ୍‌ ମାଡ,ପ୍ରେମ ସମ୍ପର୍କକୁ ନେଇ…

71

ନୂଆପଡା : ନୂଆପପଡାରେ ଘଟିଛି ଏକ ଅଭାବନୀୟ ଘଟଣା | ଏସିଡ୍ ମାଡରେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ହୋଇଛି | ଯୁବକଙ୍କୁ ତୁରନ୍ତ ନୂଆପଡା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଛି । ଲଖନା ଥାନା ଅନ୍ତର୍ଗତ ବଙ୍ଗାମୁଣ୍ଡା ଗାଁ ର ଆଲୋକ ସାହୁଙ୍କର ଆସନ୍ତାକାଲି ବାହାଘର ଥିଲା । ଲଖନା ଗ୍ରାମର ଜଣେ ଯୁବତୀ ସାଥିରେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।

ଆଲୋକ ଲାଠୋର ରେ ଭିଡିଓ ସୁଟିଂ ପାଇଁ ଅଗ୍ରିମ ଦେଇ ଲଖନା ଦେଇ ନିଜ ଗାଁ କୁ ଫେରୁଥିଲେ । ଲଖନା ପାଖ ଏକ ପଡିଆ ରେ ବସିଥିବା ବେଳେ ଅଚାନକ ୪ ରୁ ୫ ଯୁବକ ଆସି ଏସିଡ୍‌ ଆକ୍ରମଣ କରିଥିବା ସୁଚନା ମିଳିଛି । ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରି ସାରିଛି ।