OnaKhabar

ବାଇକ୍‌କୁ ଧକ୍କା ଦେଲା କାର୍; ଜଣେ ମୃତ, ଜଣେ ଆହତ

19

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ପାଟୁଳି ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଏଠାରେ ଏକ ବାଇକ୍‌କୁ ଏକ କାର ପଛପଟୁ ଧକ୍କା ଦେବା ଫଳରେ ବାଇକ୍‌ରେ ବସିଥିବା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ଚାଳକ ଆହତ ହୋଇଥିବାର ସୂଚନା ମିଳିଛି । ମୃତ ମହିଳାଙ୍କ ନାଁ କମଳା ମଲ୍ଲିକ ବୋଲି ଜଣା ପଡିଛି । ଏହି ଦୁର୍ଘଟଣାରେ ତାଙ୍କ ପୁତୁରା ରଞ୍ଜିତ ମଲ୍ଲିକ୍ ଆହତ ହୋଇଛନ୍ତି । ଉଭୟଙ୍କ ଘର ନରପଦା ଗାଁରେ।
ସୂଚନାଅନୁସାରେ, ଆଜି ସକାଳେ କମଳା ପୁତୁରା ରଞ୍ଜିତଙ୍କ ସହ ଯାଜପୁର ରୋଡ ଡାକ୍ତରଖାନାକୁ ଯାଇ ଘରକୁ ଫେରୁଥିଲେ। ଏହି ସମୟରେ ପାଟୁଳି ଛକ ନିକଟରେ ତାଙ୍କ ବାଇକ୍‌କୁ ଏକ କାର୍ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କମଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରଞ୍ଜିତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା କାର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି | ପୁଲିସ ଘଟଣାସ୍ଥଳରେ ପହଂଚି ନିଜର ତଦନ୍ତ ଆରମ୍ଭ କରିଛି |