OnaKhabar

ସାଂସଦ ଅନୁଭବଙ୍କ ବ୍ୟବହାରକୁ ନେଇ ତାତିଲେ ଗଣମାଧ୍ୟମ ପ୍ରତିନିଧୀ

2,512

କେନ୍ଦ୍ରାପଡ଼ : ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବ୍ୟବହାରକୁ ନେଇ ସମଗ୍ର ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ କ୍ଷୋଭ ପ୍ରକାଶ ସହ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସରକାରୀ କାର୍ଯ୍ୟକ୍ରମରେ ସାଂସଦ ଅନୁଭବ ମହାନ୍ତି ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧୀମାନେ ସାଂସଦ ମହାନ୍ତିଙ୍କୁ ସାକ୍ଷାତ କରି ତାଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ । ସାଂସଦ ମହାନ୍ତି ନିଜ ପ୍ରତିକ୍ରିୟା ଦେବା ସମୟରେ ସେଠାରେ ଉପସ୍ଥିତ ଥିବା ମନୋଜ ସ୍ୱାଇଙ୍କ ହାତରେ ଓଟିଭିର ବୁମ ଦେଖି ଉତକ୍ଷିପ୍ତ ଉଠିଥିଲେ । ଓଟିଭି ପ୍ରତିନିଧୀଙ୍କୁ ସାଂସଦ ପ୍ରତିକ୍ରିୟା ଦେବେନି ବୋଲି କହିବା ସହ ମନୋଜଙ୍କ ହାତକୁ ଟାଣି ନେଇ ତାଙ୍କୁ ତାତ୍ସଲ୍ୟ କରିଥିଲେ ଓ ତାଳିମାରିଥିଲେ । ଏଥିସହ ସେଠାରେ ଉପସି୍ଥତଥିବା ସାଂସଦଙ୍କ ସମଥକମାନେ ମଧ୍ୟ ମନୋଜଙ୍କୁ ତାତ୍ସଲ୍ୟ କରି ତାଳିମାରିଥିଲେ । ଏହାସହ ତୁମ ମାଲିକ ଭୁଲ ଖବର ପ୍ରସାରଣ କରୁଛନ୍ତି ବୋଲି ମଧ୍ୟ ସାଂସଦ କହିଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଓ ବୁଧବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧୀମାନେ ଶୋଭାଯାତ୍ରାରେ ଯାଇ ସାଂସଦଙ୍କ ଏଭଳି ଆଚରଣକୁ ନିନ୍ଦା କରିବା ସହ ସାଂସିଦ ମହାନ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାମୁଖ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧୀମାନେ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ପଟାମୁଣ୍ଡାଇ, ରାଜନଗର, ଆଳି, ରାଜକନିକା, ମହାକଳପଡା ଓ ମାର୍ଶାଘାଇରେ ଗଣମାଧ୍ୟମ ପ୍ରତିନିଧୀମାନେ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଇନଜୀବୀମାନେ ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିକରି ଶୋଭାଯାତ୍ରାରେ ଯାଇ ସରକାରୀ ପଦାଧିକାରୀଙ୍କୁ ଦାବିପତ୍ର ଦେବା ସହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

 

ସାଂସଦ ଅନୁଭବଙ୍କ ନାଁରେ ଥାନାରେ ସାମ୍ବାଦିକଙ୍କ ଏତଲା

 

କେନ୍ଦ୍ରାପଡ଼ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ସ୍ଥାନୀୟ ଓଟିଭି ପ୍ରତିନିଧୀ ମନୋଜ ସ୍ୱାଇଁ କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସାଂସଦ ମନୋଜଙ୍କୁ ସର୍ବସମ୍ମୁଖରେ ଅପମାନିତ କରିଥିବାରୁ ସେ ମାନସୀକ ସନ୍ତୁଳନ ହରାଇଥିବା ଓ ସାଂସଦ ତାଙ୍କ ସମର୍ଥକଙ୍କ ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିବା ମନୋଜ ଥାନାରେ ଅଭିଯୋଗ କରିଛନ୍ତି । ଏପରି କି ମନୋଜଙ୍କୁ ବିଜେଡି ଗୁଣ୍ଡାମାନେ ଧମକ ଦେଉଥିବା ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ସାଂସଦ ଓ ତାଙ୍କ ଗୁଣ୍ଡାଙ୍କ ଧମକ ଯୋଗୁ ମନୋଜ ଭୟଭୀତ ଥିବା ସେ କହିଛନ୍ତି ।