OnaKhabar

୯ତାରିଖରେ ୯ଜିଲ୍ଲାରେ ସ୍କୁଲ ଛୁଟି

750

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଓ ୯ତାରିଖ ଦିନ ବନ୍ଦ ରହିବ ପୁରୀ ,ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସରକାରୀ ,ଘରୋଇ ଶିକ୍ଷାନୁଷ୍ଠାନ, ଓ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା । ବାତ୍ୟା ବୁଲବୁଲ ପାଇଁ ସରକାର ପ୍ରସ୍ତୁତ ଥିବା କହିଲେ ଏସଆରସି । ଉଚ୍ଚସ୍ତରୀୟ ବୈଠକରେ ଏସଆରସି ପ୍ରଦୀପ ଜେନାଙ୍କ ପ୍ରତିକ୍ରିୟା । ୬ଟି ଜିଲ୍ଲାକୁ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ ପଠାଯାଇଛି । ସାମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଜିଲ୍ଲପାଳ ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି । ବିଦ୍ୟାଳୟକୁ ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀ ମାନେ ଆସିବେ ହେଲେ ଛାତ୍ରଛାତ୍ରୀ ମାନେ ଆସିବେ ନାହିଁ ।
ପାଣିପାଗ ବିଭାଗର ସୂଚନା ଅନୁସାରେ ୮ ତାରିଖ ସକାଳୁ ସମୁଦ୍ର ଅଶାନ୍ତ ରହିବା ସହ ବର୍ଷା ଆରମ୍ଭ ହୋଇଯିବ। ବାତ୍ୟା ପ୍ରଭାବରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଂଜ ଜିଲ୍ଲାରେ ବର୍ଷା ହେବ। ୯ଜିଲ୍ଲାକୁ ୨ଟି ଲେଖାଏଁ ଓଡ୍ରାଫ ଟିମ ପଠାଯାଇଛି । ପୂର୍ବରୁ ୩ଟି ଜିଲ୍ଲାରେ ୨ଦିନ ପାଇଁ ସ୍କୁଲ ଛୁଟି କରିଛନ୍ତି ସଂପୃକ୍ତ ଜିଲ୍ଲାପାଳ । ପୁରୀ, କେନ୍ଦ୍ରାପଡା, ଜଗତସିଂହପୁରରେ କାଲି ଏବଂ ଶନିବାର ସ୍କୁଲ ଛୁଟି ।୬ଟିଜିଲ୍ଲାକୁ ଗୋଟିଏ ଲୋଖାଏଁ ଏନଡିଆରଏଫ ଟିମ ପଠାଯାଇଛି । ୯ ତାରିଖ ସକାଳେ ପବନର ଘଣ୍ଟା ପିଛା ବେଗ ୫୫ରୁ ୬୫ କିଲୋମିଟର ରହିବ। ସେହିଭଳି ଅପରାହ୍ନରେ ଘଣ୍ଟା ପିଛା ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଉପଦେଶ ଦିଆଯାଇଛି।