OnaKhabar

ବିବାହ ପରେ ଅବୈଧ ସମ୍ପର୍କ ରଖୁଥିବା ବିବାହିତ ପୁରୁଷଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ଯୋଗୀ ସରକାର

1,886

ଲକ୍ଷ୍ନୌ: ଗତକାଲି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ସରକାର ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏବଂ ସେ ସେଠାରେ ଏକ ବଡ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିବାହ ପରେ ଅବୈଧ ସମ୍ପର୍କ ରଖୁଥିବା ହିନ୍ଦୁ ପୁରୁଷଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଥିଲେ ଯେ, ବିବାହ କରିବା ପରେ ଅନ୍ୟ ମହିଳାଙ୍କ ସହ ସମ୍ବନ୍ଧ ରଖୁଥିବା ବ୍ୟକ୍ତିଙ୍କୁ ସରକାର ଦଣ୍ଡିତ କରିବେ। ଯେଉଁ ପୁରୁଷମାନେ ପ୍ରଥମ ପତ୍ନୀ ରହିଥିବା ସତ୍ବେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖୁଛନ୍ତି ଏବଂ ଏଥିପାଇଁ ନିଜ ପତ୍ନୀଙ୍କୁ ପ୍ରମାଣିତ କରୁଛନ୍ତି, ତାଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏପରି ହିନ୍ଦୁ ପୁରୁଷଙ୍କୁ ମଧ୍ୟ ସରକାର ଦଣ୍ଡିତ କରିବେ। ଉତ୍ତରପ୍ରଦେଶରେ ଅଧିକାଂଶ ଅପରାଧିକ ମାମଲା ଅବୈଧ ସମ୍ପର୍କ ସହ ଜଡ଼ିତ ହୋଇଥାଏ ।ସେଥିପାଇଁ ଏଭଳି କମିବାକୁ ଲାଗିବ ବୋଲି ଅନୁମାନ କରାଯାଉଛି । ଏହି କାରଣରୁ ହଜାର ହଜାର ପରିବାର ବରବାଦ ହୋଇ ଯାଇଥାଏ। ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଗଲେ ଏଭଳି ଘଟଣା ଦିନକୁ ଦିନ କମିବାକୁ ଲାଗିବ ବୋଲି ଅନୁମାନ କରାଯାଉଛି ।
ଏହି ନିଷ୍ପତ୍ତିକୁ ସମର୍ଥନ କରି ଟ୍ରିପଲ ତଲାକ ପୀଡ଼ିତା ମହିଳାଙ୍କ ପକ୍ଷରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ଏହି ମହିଳାଙ୍କ ଦୁଃଖ ଯନ୍ତ୍ରଣା ଶୁଣିଥିଲେ ଏବଂ ତାଙ୍କୁ ୬ ହଜାର ଟଙ୍କାର ଅନୁକମ୍ବା ଦେବାର ଘୋଷଣା କରିଥିଲେ। ଏହା ସହିତ ସେ ମହିଳାଙ୍କ ପକ୍ଷରେ ମୋକଦ୍ଦମା ଲଢ଼ିବା କଥା ମଧ୍ୟ କହିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି ଘୋଷଣା ଶୁଣି ମୁସଲିମ ମହିଳାମାନେ ଆଶ୍ବସ୍ତି ଲାଭ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ କେବଳ ମୁସଲିମଙ୍କ ପାଇଁ ନୁହେଁ ବରଂ ହିନ୍ଦୁ ବିବାହିତ ପୁରୁଷଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁ ବିବାହିତ ପୁରୁଷମାନେ ଅନୈତିକ ସମ୍ପର୍କ ରଖୁଛନ୍ତି ଯୋଗୀ ତାଙ୍କ ପାଇଁ ଏକ କଡ଼ା ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବା କଥା କହିଥିଲେ।