OnaKhabar

ଓଡିଶା ଉପକୂଳରେ ବାତ୍ୟା ଛୁଇଁବାର କୌଣସି ଆଶଙ୍କା ନାହିଁ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତକୁ ନେଇ ବଡ ଆଶ୍ୱସ୍ତି । ଏହା ଏବେ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏବେ ଏହା ଉତ୍ତର ଆଣ୍ଡାମାନ ସମୁଦ୍ରରେ କେନ୍ଦ୍ରୀଭୂତ ହୋଇଛି ।

ଓଡିଶା ଛୁଇଁବନି ସାମୁଦ୍ରିକ ଝଡ଼ । ଏହାର ପ୍ରଭାବ ଓଡିଶା ଉପରେ ପଡିବାର ସମ୍ଭାବନା କମ୍ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର । କେବଳ ଉପକୂଳ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ସାରା ରାଜ୍ୟରେ ବାତ୍ୟାକୁ ନେଇ ନାନା ମାତ୍ରାଧିକ ଚର୍ଚ୍ଚା ହେଉଥିବାରୁ ଲୋକଙ୍କୁ ଭୟଭୀତ ନ ହେବା ଲାଗି ସରକାର ପରାମର୍ଶ ଦେଇଛନ୍ତି । ବାତ୍ୟା ଓଡିଶା ନଛୁଇଁଲେ ବି ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ପାରାଦୀପ ଠାରୁ ଏହା ଏବେ ୮୧୦ କିଲୋମିଟର ଦୂରରେ ରହିଛି । ଏହା ବାତ୍ୟା ରୂପ ନେଲେ ପଶ୍ଚିମବଂଗ ଓ ବାଂଲାଦେଶ ମୁହାଁ ହେବ । ତେଣୁ ଓଡିଶାରେ ବିଶେଷ ପ୍ରଭାବ ପଡିନପାରେ ବୋଲି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଆସନ୍ତା ୮ ତାରିଖ ଯାଏଁ ପାଗ ଶୁଖିଲା ରହିବ କିନ୍ତୁ ୯ ତାରିଖରୁ ୨ ଦିନ ବର୍ଷା ହେବ ।
୨୪ଘଣ୍ଟାରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ତେବେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଉତ୍ତରଓଡିଶାର ଆଖପାଖ ଅଞ୍ଚଳ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଆଡକୁ ଗତି କରୁଛି । ଆଜି ରାତି ସୁଦ୍ଧା ଏହା ସାଇକ୍ଲୋନିକ୍ ଷ୍ଟର୍ମ ବା ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ଆସନ୍ତାକାଲି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ଏବଂ ୮ରୁ ୧୦ତାରିଖ ଭିତରେ ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅବପାତ ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ଧରି ଆଣ୍ଡାମାନର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଏହାର ପ୍ରଭାବରେ ଉତ୍ତର ଓଡିଶା ଉପକୂଳ ଜିଲ୍ଲାଗୁଡିକରେ ଆସନ୍ତା ୯ ତାରିଖରୁ ବର୍ଷା ହେବ । ଏହି ସମୟରେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଅବପାତ ଏବେ ସମୁଦ୍ର ମଧ୍ୟରେ ରହି ଧୀରେ ଧୀରେ ଗତି କରୁଥିବାରୁ ଏହା ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ।