OnaKhabar

ପାନିପଥ ଫିଲ୍ମକୁ ନେଇ ଆଫଗାନ ସରକାରଙ୍କ ଚିନ୍ତା….

146

ମୁମ୍ବାଇ : ୧୭୬୧ର ତୃତୀୟ ପାନିପଥ ଯୁଦ୍ଧର ଉପରେ ଆଧାରିତ ଫିଲ୍ମ ପାନିପଥର ଟ୍ରେଲର ରିଲିଜ ହୋଇ ସାରିଛି | ଏହାକୁ ନେଇ ଏବେ ଆଫଗାନିସ୍ତାନ ସରକାରଙ୍କ ଚିନ୍ତା ବଢିବାର ଲାଗିଛି । ଆଫଗାନିସ୍ତାନ ସରକାରଙ୍କ ଅନୁଯାୟୀ ଫିଲ୍ମ ରିଲିଜ ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ସୂଚନାଯୋଗ୍ୟ ଯେ, ୧୭୬୧ରେ ସଦାଶିବ ଭାଓ ପୈସବା ଓ ଅହମ୍ମଦ ଶାହ ଅବଦୁଲୀଙ୍କ ମଧ୍ୟରେ ତୃତୀୟ ପାନୀପଥର ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧ ଉପରେ ନିର୍ମିତ ଫିଲ୍ମରେ ଅହମ୍ମଦ ଶାହ ଅବ୍‌ଦୁଲୀ ଚରିତ୍ର କୁ ଅପମାନ କରଯାଉଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ବ ହୋଇଛି ।

ଆଶୁତୋଷ ଗୌରିକୋରଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମ ୬ ଡିସେମ୍ବରରେ ରିଲିଜ ହେବାର ଅଛି । ଏହି ଫିଲ୍ମରେ ଅହମ୍ମଦ ଶାହ ଅବ୍‌ଦୁଲୀ ଙ୍କ ଚରିତ୍ର ସଂଜୟ ଦତ୍ତ କରୁଥିବା ବେଳେ , ଅର୍ଜୁନ କପୁର ସଦାଶିବ ରାଓର ଭୂମିକାରେ ଅଭିନୟ କରୁଛନ୍ତି । ଅଭିନେତ୍ରୀ କ୍ରିତ୍ତି ସାନନ ତାଙ୍କ ପତ୍ନୀ ପାର୍ବତୀ ବାଇର ଭୂମିକାରେ ସାମ୍ନାକୁ ଆସିବେ ।ପାନିପଥ ଯୁଦ୍ଧକୁ ନେଇ ଏହି ସମୟରେ ଫିଲ୍ମ ରିଲିଜ ପାଇଁ ଆଫଗାନ ସରକାର ଚାହୁଁନଥିବା ସୂଚନା ମିଳିଛି । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଆଫଗାନିସ୍ତାନର ସୋସିଆଲ ମିଡିଆରେ ସଂଜୟ ଦତ୍ତଙ୍କ ଅଭିନୟକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଅହମ୍ମଦ ଶାହ ଅବଦୁଲୀଙ୍କ ଚରିତ୍ର ସହିତ କାଣ୍ଟଛାଣ୍ଟ କରାଯାଇଥିବା ଅଭିଯୋଗ ହେଉଛି ।ଆଫାଗାନିସ୍ତାନର ବାଣିଜ୍ୟ ଦୂତାବାସର ଅଧିକାରୀ ନସୀମ ଶରିଫଏହି ଘଟଣାରେ ଟ୍ବିଟ୍ କରିଥିଲେ କି ସଂଜୟ ଦତ୍ତ ତାଙ୍କୁ ଭରସା ଦେଇଛନ୍ତିଯେ ଫିଲ୍ମରେ ଯଦି କୌଣସି ଅହମ୍ମଦ ଶାହଙ୍କ ଚରିତ୍ରରେ କୌଣସି ବି ଭୁଲ ରହିଥାନ୍ତା , ତେବେ ସେ ଏହି ଫିଲ୍ମ କରିନଥାନ୍ତେ । ଗତ ଦେଢବର୍ଷ ହେଲା ଭାରତରେ ରହିଆସୁଥିବା ଅଧିକାରୀ ମାନେ ଉଦ୍ୟମ କରୁଛନ୍ତି ଯେ ଫିଲ୍ମରେ ଅହମ୍ମଦ ଶାହ ବାବାଙ୍କ ଚରିତ୍ରକୁ ଅପମାନ ନକରିବାକୁ । ଅହମ୍ମଦ ଶାହ ଅବଦୁଲୀ ନୂଆ ଆଫଗାନିସ୍ତାନ ନିର୍ମାତା , ଯାହାପାଇଁ ତାଙ୍କୁ ସେଠାରେ ବାବା ବୋଲି କୁହାଯାଏ ।