OnaKhabar

ବିବାହ ପୂର୍ବରୁ ଲଣ୍ଡନରେ ଏକାଠି ନଜର ଆସିଲେ ଆଲିଆ ଭଟ୍ଟ ଓ ରଣବୀର କପୂର…

285

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୂର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ରଣବୀର ଓ ଆଲିଆ ଫ୍ରାନ୍ସରେ ବିବାହ କରିବେ ବୋଲି ସୂଚନା ମିଳିଛି । ବିବାହ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ବିବାହ ପୂର୍ବରୁ ଦୁଇଜଣ ଲଣ୍ଡନ ଭେକେସନରେ ନଜର ଆସିଛନ୍ତି।
ସୂଚନାଯୋଗ୍ୟ ଯେ  ରଣବୀର ଓ ଆଲିଆ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି। ଏମାନଙ୍କ ବିବାହ ପାଇଁ ଫ୍ରାନ୍ସର ଏକ ସ୍ବତନ୍ତ୍ର ଆୟୋଜନ ହେଉଛି। ଏମାନଙ୍କ ବିବାହ ପୂର୍ବରୁ ସୋସିଆଲ ମିଡିଆରେ ସେମାନଙ୍କ ବିବାହ ନିମନ୍ତ୍ରଣ ପତ୍ର ଭାଇରାଲ ହୋଇଛି। ଏ ସଂପର୍କରେ ଆଲିଆଙ୍କୁ ପ୍ରଶ୍ନ କରାଯାଇଥିଲା କିନ୍ତୁ ଆଲିଆ ହସରେ ପ୍ରଶ୍ନକୁ ଆଡ଼େଇ ଦେଇଥିଲେ।