OnaKhabar

ପୋଲିସର ଏନକାଉଣ୍ଟରରେ ୪ ଅପରାଧୀ ଆହତ

137

ଭୁବନେଶ୍ୱର : ଗତକାଲି ରାତିରେ ଝାରସୁଗୁଡ଼ା ପୋଲିସର ଏନକାଉଣ୍ଟରରେ ୪ ଜଣ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି । ବ୍ରଜରାଜନଗର ପୋଲିସ ଅପରାଧୀଙ୍କୁ ଟାର୍ଗେଟ କରି ମଙ୍ଗଳବାର ରାତି ସାରା ପୋଟ୍ରୋଲିଂ କରିଥିଲା । ଅନନ୍ତ ଧଳ, ରଫିକ ଅନସାରୀ, ଶୈଳେନ୍ଦ୍ର ପାତ୍ର ଓ ନିକି ସିଂଙ୍କୁ ଏନକାଉଣ୍ଟର କରିଛି । ଆହତ ଅପରାଧୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବ୍ରଜରାଜନଗରସ୍ଥିତ ମୁଖ୍ୟ ବଜାର ଉପରେ ମଙ୍ଗଳବାର ସଂଧ୍ୟାରେ ଗୁଳିମାଡ଼ ହୋଇଥିଲା । ଏଥିରେ ମଣ୍ଟୁ ଘୋଷ ନାମରେ ଜରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ମଧୁପୁର ଜଙ୍ଗଲ ରାସ୍ତାରେ ଏନକାଉଣ୍ଟର କରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ ଅତର୍କୀତ ଭାବେ ଚଢ଼ାଉ କରିଥିଲା । ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଚୂଡ଼ାମରୀ ଆହତ ହୋଇଛନ୍ତି । ଅପରାଧୀମାନଙ୍କ ନାମରେ କେତେ ଅପରାଧିକ ମାମଲା ରହିଛି ପୋଲିସ ଘଟଣାର ତଦନ୍ତ କରୁଛି ।