OnaKhabar

ତୁଳସୀ କ୍ଷେତ୍ରର ଉନ୍ନତିକରଣ ପାଇଁ ୮କୋଟି ୫୦ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

329

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ବଳଦେବଜୀଉଙ୍କ ମନ୍ଦିର ଓ ବଡଦାଣ୍ଡର ଉନ୍ନତିକରଣ ପାଇଁ ୮କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଆଧ୍ୟାତ୍ମିକ ପାର୍କ, ଐତିହ୍ୟ ପୁଷ୍କରିଣୀ ଓ ଡ୍ରେନେଜ ମରାମତି କାମ କରାଯିବ।

ଆଜି ସନ୍ଧ୍ୟାରେ ଲୋକ ସେବା ଭବନର ସମ୍ମିଳନୀ କକ୍ଷରୁ ଭିଡିଓ କନଫରେନ୍ସିଂ ଯୋଗେ କେନ୍ଦ୍ରାପଡା ସାଂସଦ, ବିଧାୟକ, ଜିଲ୍ଲାପାଳ,ମନ୍ଦିର ଟ୍ରଷ୍ଟ ଏବଂ ସେବାୟତ ମାନଙ୍କ ସହିତ ଏ ସମ୍ପର୍କରେ ବିସ୍‌ତ ଆଲୋଚନା କରିଥିଲେ । ଭିଡିଓ କନଫରେନ୍ସିଂରେ ବଳଦେବଜୀଉଙ୍କ ପୀଠ ତୁଳସୀ କ୍ଷେତ୍ରରେ ସର୍ବବିଧ ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଆସନ୍ତା ରଥଯାତ୍ରା ପୂର୍ବରୁ ସବୁ କାର୍ଯ୍ୟ ସଂମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଏହି ସବୁ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାବାସୀଙ୍କ ସହଯୋଗ ମଧ୍ୟ କାମନା କରିଥିଲେ । ସେବାୟତ ମାନଙ୍କ ପକ୍ଷରୁ ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା ।