OnaKhabar

ଓକିଲଙ୍କ କାର୍ଯ୍ୟରେ ଯୋଗଦାନ

48

କଟକ : ଓଡିଶା ହାଇକୋର୍ଟ ବାର ଆସୋସିଏସନ ର ଆନ୍ଦୋଳନ ସ୍ଥଗିତ ହୋଇଥିଲା । ତେବେ ସାଧାରଣ ପରିଷଦର ବୈଠକ ପରେ ବାର ଆସୋସିଏସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବାର ସୂଚନା ସୂଚନା ମିଳିଥିଲା । ଗତ ସପ୍ତାହରେ ବାର କାଉନସିଲ ଅଫ ଇଣ୍ଡିଆ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବା ପାଇଁ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ବାର ଆସୋସିଏସନ୍ ସହ ରାଜ୍ୟର ମୋଟ ୬୮ଟି ବାରକୁ ଚିଠି ଲେଖି ତାଗିଦ କରିଥିଲେ ବାର କାଉନସିଲ ଅଫ ଇଣ୍ଡିଆ । ବିସିଆଇର ନିର୍ଦ୍ଦେଶ ପାଳନ ନ କଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସିଧାସିଧା ଚିଠିରେ ଲେଖାଯାଇଥିଲା ।କାର୍ଯ୍ୟରେ ଯୋଗ ନ ଦେଲେ ଆଇନଜୀବୀଙ୍କୁ ନିଲମ୍ବିତ କରାଯିବ, ଏହା ସହ ସେମାନଙ୍କୁ କୌଣସି ନିର୍ବାଚନରେ ଲଢିବାରୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଚୋତାବନୀ ଦେଇଥିଲେ ବିସିଆଇ । ତେବେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ବାର କାଉନସିଲ ଅଫ ଇଣ୍ଡିଆର କଠୋର ଆଭିମୁଖ୍ୟ ପରେ ବାର ସାଧାରଣ ପରିଷଦ ବୈଠକ ବସିଥିଲା । ଏହି ବୈଠକରେ ଆନ୍ଦୋଳନ ସ୍ଥଗିତ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା ।

ଓକିଲ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯାହା ଉପରେ ଜବାବ ରଖିବାଲାଗି ଆସନ୍ତା ୮ ତାରିଖରେ ହାଇକୋର୍ଟ ବାର ସଭାପତି ଏବଂ ଷ୍ଟେଟ ବାର କାଉନସିଲ୍ ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର ହେବେ । ଆନ୍ଦୋଳନରୁ ଓହରି ଆଜିଠାରୁ କୋର୍ଟ କାର‌୍ୟ୍ୟରେ ଯୋଗ ଦେଇଛନ୍ତି ହାଇକୋର୍ଟର ଆଇନଜୀବୀ ମାନେ। ତେଣୁ ଆଜିଠାରୁ ହାଇକୋର୍ଟରେ ସ୍ଥିତି ସ୍ବାଭାବିକ ହୋଇଛି। କିନ୍ତୁ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଚାଲିଥିବା ଅଦାଲତ ଅବମାନନା ମାମଲାରେ ପୁର୍ଣ୍ଣଛେଦ ପଡିନାହିଁ। ଉକ୍ତ ମାମଲାର ଶୁଣାଣୀ ପାଇଁ ଆଜି ପୁଣିଥରେ ହାଇକୋର୍ଟର ଫୁଲ ବେଞ୍ଚ ବସିଛନ୍ତି।
ହାଇକୋର୍ଟ ବାର ବିରୋଧରେ ଥିବା ଅଦାଲତ ଅବମାନନା ମାମଲାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି ଫୁଲ ବେଞ୍ଚ। ହେଲେ ଆନ୍ଦୋଳନରୁ ଓହରିବାକୁ ରୋକଠୋକ୍ ଭାବେ ମନା କରିଦେଇଛନ୍ତି ପଶ୍ଚିମ ଓଡିଶାର ୩୨ ଟି ଓକିଲ ସଂଘ , ତେଣୁ ସେ ସମ୍ପର୍କରେ ହାଇକୋର୍ଟଙ୍କ କି ଆଭିମୁଖ୍ୟ ରହିବ , ସେଥିଲାଗି ଆସନ୍ତା ୨୭ ତାରିଖକୁ ଦିନ ଧାର‌୍ୟ୍ୟ ହୋଇଛି। ସମସ୍ତ କଥାକୁ ପଛରେ ପକାଇ ଆଜି ଠାରୁ କୋର୍ଟ କାର‌୍ୟ୍ୟରେ ଯୋଗ ଦେଇଛନ୍ତି ହାଇକୋର୍ଟର ଆଇନଜୀବୀ ମାନେ ଏବଂ ଏ ସଂକ୍ରାନ୍ତରେ ବାର ଆସୋସିଏସନ ତରଫରୁ ଆଜି ହାଇକୋର୍ଟର ଫୁଲବେଞ୍ଚଙ୍କୁ ଅବଗତ କରାଯାଇଛି। ତେଣୁ ବାର ବିରୋଧରେ ଥିବା ଅଦାଲତ ଅବମାନନା ମାମଲାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା ବୋଲି ଆଜି ବସିଥିବା ହାଇକୋର୍ଟର ଫୁଲ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି, ଏହା କହିଛନ୍ତି ହାଇକୋର୍ଟ ବାର ଆସୋସିଏସନର ସଭାପତି।

ରାଜ୍ୟର ବିଭିନ୍ନ ବାର ଆସୋସିଏସନ ତରଫରୁ ବାରମ୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଥିବା ହେତୁ ଅନେକ ସମୟରେ କୋର୍ଟ କାର୍ଯ୍ୟ ପ୍ରଭାବିତ ହେଉଛି। ଯାହାକୁ ଆଧାର କରି ହାଇକୋର୍ଟ ନିଜ ଆଡୁ ୬୮ ଟି ବାର ଆସୋସିଏସନ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ଆଜି ଏହି ମାମଲାର ଶୁଣାଣୀ ପାଇଁ ୩ୟ ଥର ଲାଗି ହାଇକୋର୍ଟର ଫୁଲ ବେଞ୍ଚ ବସିଥିଲେ।. ତେବେ ଅଦାଲତ ଅବମାନନା ମାମଲାରୁ ହାଇକୋର୍ଟ ବାର ସାମୟିକ ଭାବେ ମୁକ୍ତି ପାଇଛି ସତ କିନ୍ତୁ ପଶ୍ଚିମ ଓଡିଶାର ୩୨ ଟି ବାର ଆସୋସିଏସନ ନିଜ ନିଜ ଜିଦ୍ରେ ଅଟଳ ଅଛନ୍ତି। ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସେଣ୍ଟ୍ରାଲ ଆକ୍ସନ କମିଟି ତରଫରୁ ଆଜି କୋର୍ଟରେ କୁହାଯାଇଛି। ତେଣୁ ଆସନ୍ତା ୨୭ ତାରିଖରେ ହୁଏତ ହାଇକୋର୍ଟ ଏହା ଉପରେ କିଛି ନିଷ୍ପତ୍ତି ନେଇ ପାରନ୍ତି।