OnaKhabar

ମହକ ରେ ମହକିଲା ଶିଶୁ ମହୋତ୍ସବ

51

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟ, ନବରଙ୍ଗପୁର ଙ୍କ ମିଳିତ ଆନୁକୁଲ୍ୟରେ ମହା ଆଡମ୍ବର ସହକାରେ ପାଳିତ ହୋଇଛି ମହକ କାର୍ଯ୍ୟକ୍ରମ। ଜିଲ୍ଲାରେ ଥିବା 10 ଟି child care institute (CCI) ରୁ ପ୍ରାୟ 200 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଛନ୍ତି। Solo dance, ଏକକ ଅଭିନୟ ଓ ଗ୍ରୁପ୍ dance ମାଧ୍ୟମ ରେ ନିଜ ନିଜର ପ୍ରତିଭା ଦେଖାଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯିବା ସହ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ହୋଇଥିବା ବିଜେତା ଙ୍କୁ ନଭେମ୍ବର 14 ଭୁବନେଶ୍ୱର ରେ ହେବାକୁ ଥିବା ଶିଶୁ ମହୋତ୍ସବ ରେ ସ୍ଥାନିତ କରାଯିବାର ବ୍ୟବସ୍ଥା ରହିଛି। CCI ରେ ରହୁଥିବା ପିଲାଙ୍କ ମନୋବଳ ବଢ଼ାଇବା ପାଇଁ ସରକାରଙ୍କ ତରଫରୁ ଗତ 3 ବର୍ଷ ହେଲା ହୋସଲା ଓ ମହକ 2 ଟି କାର୍ଯ୍ୟକ୍ରମ କରାଯାଉଅଛି। ହୋସଲା କାର୍ଯ୍ୟକ୍ରମ ଟି ଖେଳ କୁଦ କୁ ନେଇ ଅନୁଷ୍ଠିତ ହେଉଥିବା ବେଳେ ମହକ କାର୍ଯ୍ୟକ୍ରମ ଟି କଳା ଓ ସଂସ୍କୃତି କୁ ନେଇ ପରିବେଷଣ କରାଯାଉଛି। ଚଳିତ ବର୍ଷ ହୋସଲା କାର୍ଯ୍ୟକ୍ରମ ରେ ଜିଲ୍ଲା ର ଫୁଟବଲ୍ ଟିମ୍,100 ମି.,200ମି. ଓ ଉଚ୍ଚ ଡିଆଁ ରେ 40 ଛାତ୍ର ଚୟନ ହୋଇଛନ୍ତି ଏବଂ ଉକ୍ତ ପ୍ରତିଯୋଗୀ ମାନେ ଆଗାମୀ ଦିନରେ ଦିଲ୍ଲୀ ଯାଇ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିବେ। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରସନ୍ନ କୁମାର ବେହେରା, ସେକ୍ରେଟାରୀ (DLSA), ଦିବାକର ବାହୁକ, (ଅଧ୍ୟକ୍ଷ CWC),ସୁରେଶ ପଟ୍ଟନାୟକ (DCPO), ରବୀନ୍ଦ୍ର ପ୍ରଧାନ (child line), ମୋନରମା ମାଝୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ କିଶୋର ମାର୍ଥା probotion ଅଫିସର, ଶିଶୁ ସୁରକ୍ଷା ୟୁନିଟ ସଭା କାର୍ଯ୍ୟ ପରିଚାଳନା କରିଥିଲେ।