OnaKhabar

ସପ୍ତାହକୁ ୨ଥର ଖାଆନ୍ତୁ ଏହି ଜିନିଷ, ତାହାପରେ ଜାଣିବେ କଣ ହେବ…

334

ପ୍ରାୟ ସମସ୍ତଙ୍କ ଘର ବାଡ଼ିରେ ସଜନା ଗଛ ଥିବା | ଏହି ସଜନା ଗଛ ଏକ ଅତ୍ୟନ୍ତ ଉପଯୋଗୀ ଗଛ ଅଟେ। ଏହି ଗଛର ବିଭନ୍ନ ଭାଗ ଅନେକ ପ୍ରକାରର ଓଷଧୀୟ ଗୁଣରେ ଭରପୂର | ଏହାକୁ ଅନେକ ପ୍ରକାରର କାର୍ଯ୍ୟ ପାଇଁ ଉପଯୋଗ କରାଯାଇଥାଏ।

୧. ସଜନା ଛୁଇଁ ଆମକୁ ଖୁବ୍ ସହଜରେ ମିଳିଯାଇଥାଏ। ଥଣ୍ଡା,କାଶ ଆଦି ସମସ୍ୟା ହୋଇଥିଲେ ସଜନା ଛୁଇଁ ଖାଇଲେ ଆମକୁ ଏଥିରୁ ଆରାମ ମିଳିଥାଏ।
୨. ସଜନାରେ ଅଧିକ ମାତ୍ରାରେ ଭିଟାମିନ୍ ସି ଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହା ପାଚନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିଥାଏ।
୩. ଯଦି ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି ତେବେ ସଜନା ଖାଇବା ଦ୍ୱାରା ଆପଣଙ୍କୁ ଏଥିରୁ ମୁକ୍ତି ମିଳିଥାଏ।
୪. ସଜନା ଆମ ଶରୀରରେ ରକ୍ତକୁ ସ୍ଵଛ କରିବାର କାମ କରିଥାଏ ଏବଂ ଯଦି ଆମ ରକ୍ତ ଶୁଦ୍ଧ ହୋଇଥାଏ ତେବେ ଏହା ବ୍ରଣ ଏବଂ ବଥ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।
୫. ଯଦି ଆପଣ ମଧୁମେହ ସମସ୍ୟାରେ ଆକ୍ରାନ୍ତ ତେବେ ସଜନା ଆପଣଙ୍କ ପାଇଁ ରାମବାଣ ସାବ୍ୟସ୍ତ ହେବ। ଏହା ଖାଇବାକୁ ବହୁତ ସୁଆଦିଆ ଲାଗିଥାଏ। ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।