OnaKhabar

ଛୁଆ ଜନ୍ମକଲା ଉଦ୍ଧାର ହୋଇଥିବା ବଜ୍ରକାପ୍ତା

79

ବାରିପଦା: ଆଜି ସକାଳ ପ୍ରାୟ ୯: ୩୦ ସମୟରେ ବାରିପଦା ବନଖଣ୍ଡ କାର୍ଯ୍ୟାଳୟରେ ଗୋଟାଏ ବଜ୍ରକାପ୍ତା ଛୁଆ ଜନ୍ମ କରିଛି।
ଉକ୍ତ ବଜ୍ରକାପ୍ତାଟି ଅକ୍ଟୋବର ୨୯ ତାରିଖ ଦିନ ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଚାରିଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା। କେଉଁଠି ଛଡ଼ାଯିବ ବୋଲି ଠିକ୍‌ କରାଯାଇ ନ ଥିବାରୁ ଜନ୍ତୁଟିକୁ ବନଖଣ୍ଡ କାର୍ଯ୍ୟାଳୟରେ ରଖାଯାଇଥିଲା। ବାରିପଦା ବନଖଣ୍ଡ କାର୍ଯ୍ୟାଳୟରେ ଉଦ୍ଧାର କରାଯାଇଥିବା କୌଣସି ପ୍ରାଣୀ ଛୁଆ ଦେବାରେ ଏହା ହେଉଛି ପ୍ରଥମ ଘଟଣା। ଏଥିରେ ବନକର୍ମଚାରୀମାନେ ଖୁବ୍‌ ଆନନ୍ଦିତ ହୋଇଛନ୍ତି। ଉଭୟ ମାଆ ଓ ଛୁଆ ବଜ୍ରକାପ୍ତା ସୁସ୍ଥ ଅଛନ୍ତି।