OnaKhabar

ମକର ରାଶି ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ କିପରି କଟିବ ଓ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା …

311

ମକର : ଏମାସର ପ୍ରଥମାର୍ଦ୍ଧ ଫଳ ଉତ୍ତମ ଅଟେ । ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ସାଫଲ୍ୟ ଯୋଗ ଅଛି । ବିଭିନ୍ନ କ୍ଷେତ୍ରରୁ ସାହାଯ୍ୟ ଓ ଆୟର ସୁଯୋଗ ପାଇବେ । ଦ୍ରବ୍ୟଲାଭ ଯୋଗ ରହିଛି । ପାରିବାରିକ ଜୀବନରେ ଭୋଗ ବିଳାସ ଉଲ୍ଲାସ ଆସିବ । ବେକାରମାନେ ନିଯୁକ୍ତିର ସୁଯୋଗ ପାଇପାରନ୍ତି । ବ୍ୟବସାୟ ଅଧିକ ଲାଭ ଦାୟକ ହେବ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ଉଚ୍ଚ ଫଳ ପାଇ ପ୍ରଶଂସିତ ହେବ ।
ମାସର ଦ୍ୱତୀୟାର୍ଦ୍ଧ ସମୟ ମଧ୍ୟ ଭଲରେ ଅତିବାହିତ ହେବ । ସ୍ୱାସ୍ଥ୍ୟ ଓ ମନ ଉଲ୍ଲସିତ ରହିବ । କର୍ମକ୍ଷେତ୍ରରେ ସଫଳତା ଓ ଉଦ୍ୟମରେ ଜୟଯୁକ୍ତ ହେବେ । ଉପହାର ଓ ଲଘୁ ଲଟେରୀ ଯୋଗ ଆସିପାରେ । ଆୟ ଉତ୍ତମ ରହିବ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ଉପଭୋଗ ଓ ବିଳାସ ବ୍ୟସନରେ କଟିବ । ଉଚ୍ଚ ଆଶା ସଫଳ ହେବ । ଚାକିରୀରେ ସୁଯୋଗ ମିଳିବ । ବ୍ୟବସାୟରେ ପ୍ରଭୂତ ଲାଭ ମିଳିବ । ଋଣ ପରିଶୋଧ କରି ମାନସିକ ଶାନ୍ତି ପାଇବେ । ବିଦ୍ୟାର୍ଥୀମାନେ ଅଭିଭାବକ ତଥା ଶିକ୍ଷକଙ୍କ ଠାରୁ ଶିକ୍ଷା ପାଇ ଠିକ ବାଟକୁ ଆସିବେ ।
ଗୁରୁବାର ସତର୍କ ରହିବେ । ରିଷ୍ଠଖଣ୍ଡନ ପାଇଁ ଶ୍ରୀକାଳୀ ସତନାମ ସ୍ତୋତ ପାଠ କଲେ ଶୁଭ ହେବ । ଶୁଭରତ୍ନ ନୀଲମ ଓ ଶୁଭରଙ୍ଗ ହେଉଛି ନୀଳ ଓ ଧଳା ।