OnaKhabar

ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ କିପରି କଟିବ ଓ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା …

308

ଧନୁ : ଆପଣଙ୍କର ଏମାସର ପ୍ରଥମାର୍ଦ୍ଧ ଖୁବ ଭଲରେ କଟିବ । ଦେହ ଓ ମନ ସୁସ୍ଥ ରହିବ । କର୍ମରେ ସାଫଲ୍ୟତା ମିଳିବ । ବିଭିନ୍ନ ସୁତ୍ରରୁ ଆୟର ଯୋଗ ଆସିବ । ଅନ୍ୟକୁ ସାହାଯ୍ୟ କରି ନିଜେ କ୍ଷତିଗ୍ରସ୍ତ ହେବେ ଓ ମନସ୍ତାପ କରିବେ । ପାରିବାରିକ ଓ ଦାମ୍ପତ୍ୟ ସୌଖ୍ୟ ଅତୁଟ ରହିବ । ଚାକିରୀରେ ଉଚ୍ଚସ୍ଥାନକୁ ଉନ୍ନିତ ହେବେ । ବ୍ୟବସାୟରେ ଆଶାଦିତ ଲାଭ ମିଳିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଆଗେଇବେ ।
ମାସର ଦି୍ୱତୀୟାର୍ଦ୍ଧରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବେ । ସ୍ୱାସ୍ଥ୍ୟ ଠିକ ରହିଲେ ବି ମାନସିକ ଅସ୍ୱସ୍ଥି ରହିବ । କର୍ମକ୍ଷେତ୍ରରେ ଅସହଯୋଗ ଓ ଚାକିରୀରେ ଚିନ୍ତାଗ୍ରସ୍ତ ରହିବେ । ଆୟ ଠାରୁ ବ୍ୟୟ ବହୁ ଅଧିକ ରହିବ । ଆବଦ୍ଧ ଅଥବା ବନ୍ଧନ ଯୋଗ ଆସିପାରେ । ପାରିବାରିକ ଜୀବନରେ ପ୍ରୀତିହୀନ ଯୋଗ ଓ ଲକ୍ଷଭ୍ରଷ୍ଟ ହୋଇ ପାରନ୍ତି । ବ୍ୟବସାୟରେ ଆୟ ଠାରୁ ବ୍ୟୟ ବହୁଅଧିକ ରହିବ । ବିଦ୍ୟାର୍ଥୀମାନେ ଅଧ୍ୟୟନ ପ୍ରତି ବିତସୃହ ରହିବେ ।
ଶୁକ୍ରବାର ସତର୍କ ରହିବେ । ରିଷ୍ଟଖଣ୍ଡନ ପାଇଁ ତାରା କବଚ ପାଠ କରି ଶୁଭ ହେବ । ଶୁଭରତ୍ନ ହଳଦିଆ ପୁଷ୍କରାଗ । ଶୁଭରଙ୍ଗ ଲାଲ ଓ ହଳଦିଆ ।