OnaKhabar

ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ କିପରି କଟିବ ଓ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା …

232

 

 

ସିଂହ : ଏମାସର ପ୍ରଥମାର୍ଦ୍ଧରେ ଫଳ ଆପଣଙ୍କର ଉତମ ଅଟେ । ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ଉତ୍ତମ ରହିବ । କର୍ମକ୍ଷେତ୍ର ଓ ଚାକିରୀରେ ସଫଳତା ପାଇବେ । ପଦସ୍ଥ ବ୍ୟକ୍ତିଙ୍କର ସହଯୋଗ ପାଇବେ । ହଠାତ ବ୍ୟକ୍ତିତ୍ୱ ପ୍ରାପ୍ତି ଯୋଗ ଆସିବ । ଆୟ ଉତ୍ତମ ରହିବ । ପାରିବାରିକ ଜୀବନରେ ସୁଖଶାନ୍ତି ଅତୁଟ ରହିବ । କର୍ମ ଓ ଚାକିରୀରେ ପ୍ରତିଷ୍ଠା ଓ ପ୍ରଶଂସା ମିଳିବ । ବ୍ୟବସାୟରୁ ଉତ୍ତମ ଲାଭ ମିଳିବ । ବିଦ୍ୟାର୍ଥୀମାନଙ୍କର ଉଚ୍ଚ ଆଶା ସଫଳ ହେବ ।

ମାସର ଦ୍ୱିତୀୟାର୍ଦ୍ଧରେ ମଧ୍ୟମ ଉତ୍ତମ ଫଳ ପ୍ରାପ୍ତ ହେବ । ଦେହ ଓ ମନ ସୁସ୍ଥ ରହିବ । ପ୍ରତିଫଳ ଓ ଉଦ୍ୟମରେ ସଫଳତା ମିଳିବ । ଯାନବାହନ ଦ୍ୱାରା ଲାଭବାନ ହେବେ । ଆୟ ମଧ୍ୟ ଅବ୍ୟାହତ ଓ ଉତ୍ତମ ରହିବ । ନୂତନ ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ନିତ ହେବ ଓ ବିଭିନ୍ନ ଦିଗରୁ ସହାୟତା ମିଳିବ । ପରିବାରରେ ବନ୍ଧୁମିଳନ ଓ ଚାକିରୀ ଭ୍ରମଣ ଯୋଗ ଆସିବ । ବ୍ୟବସାୟରୁ ଉତ୍ତମ ଲାଭ ଓ  ଜନପ୍ରୀତି ମିଳିବ । ବିଦ୍ୟାର୍ଥୀମାନେ ଅଧ୍ୟୟନରେ ଅଗ୍ରଗତି କରିବେ ।

ଶୁକ୍ରବାର ସତର୍କ ରହିବେ । ସମସ୍ତ ବାଧା ଦୂର ହେବ । ରିଷ୍ଟଖଣ୍ଡନ ପାଇଁ ଆଦିତ୍ୟ ହୃଦୟମ ସ୍ତୋତ କିମ୍ବା ସୂର୍ଯ୍ୟଗାୟତ୍ରୀ ୭ଥର ପ୍ରାତଃ ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ପ୍ରାର୍ଥନା କରିବେ । ଶୁଭରତ୍ନ ମାଣିକ୍ୟ ଓ ଶୁଭରଙ୍ଗ ଲାଲ ।