OnaKhabar

କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ କିପରି କଟିବ ଓ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା …

200

କର୍କଟ : ଆପଣଙ୍କର ଏମାସର ପ୍ରଥମାର୍ଦ୍ଧରେ ବିଭିନ୍ନ ସଂସ୍ଥାରୁ ଶୁଭଫଳ ପାଇବେ । ଦେହ ଓ ମନ ଉତ୍ତମ ରହିବ । କର୍ମକ୍ଷେତ୍ର ତଥା ଚାକିରୀରେ ସହଯୋଗ ଓ ସହନାଭୂତି ପାଇବେ । ଯାନବାହନ ବ୍ୟବସାୟରେ ଉଲ୍ଲେଖନୀୟ ଲାଭ ହେବ । ପରିବାରରେ ବନ୍ଧୁମିଳନ ହେବ । ଲୋକପ୍ରିୟତା ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ବୃଦ୍ଧି ଘଟିବ । ଅଧ୍ୟୟନ ଓ ପରୀକ୍ଷାରେ ବିଦ୍ୟାର୍ଥୀମାନେ ସଫଳଗାମୀ ହେବେ ।
ମାସର ଦ୍ୱିତୀୟାର୍ଦ୍ଧରେ ମଧ୍ୟମ ଫଳ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ମନ ଆନ୍ଦୋଳନ କରିବ । ଉଦ୍ୟମ ଓ କର୍ମକ୍ଷେତ୍ରରେ ବିଭିନ୍ନ ବାଧା ପରିଲକ୍ଷିତ ହେବ । ଆୟ ମଧ୍ୟମ ରହିବା ସଙ୍ଗେ ସଙ୍ଗେ ବ୍ୟୟ ସଙ୍କୁଚିତ ହେବା ସହ ଉତମ ସଂଚୟ ହେବ । ପାରିବାରିକ ଜୀବନରେ ସୌଖ୍ୟ ଓ ପ୍ରଶାନ୍ତି ମିଳିବ । ବେକାରମାନେ କର୍ମନିଯୁକ୍ତିରେ ସୁଯୋଗ ପାଇବେ ଏବଂ କର୍ମଗତ ବ୍ୟକ୍ତିଙ୍କର ସ୍ଥାନାନ୍ତର ବା ବଦଳିର ଯୋଗ ଆସିପାରେ । ବ୍ୟବସାୟରେ ଅଗ୍ରଗତି ଯୋଗ ଅଛି । ଛାତ୍ରଛାତ୍ରୀମାନେ ଆଦର ସମ୍ମାନ୍ନ ପାଇବେ ।
ଶନିବାର ସତର୍କ ରହିବେ । ରିଷ୍ଟଖଣ୍ଡନ ପାଇଁ ଭୁବନେଶ୍ୱରୀଙ୍କ ସ୍ରୋତ ପାଠ ସହ ବୈଶ୍ୟ ସ୍ତ୍ରୀ ଲୋକଙ୍କୁ ସନ୍ଧ୍ୟା ସମୟରେ ଶୁଳ୍କ ବସ୍ତ୍ର ଦାନ କରିବେ । ଶୁଭରତ୍ନ ମୁକ୍ତା ବା ମୁନଷ୍ଟୋନ । ଶୁଭରଙ୍ଗ ଧଳା ।