OnaKhabar

ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ କିପରି ରହିବ ଓ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା …

192

ମିଥୁନ : ଏମାସର ପ୍ରଥମାର୍ଦ୍ଧ ଶୁଭରେ ଅତିବାହିତ ହେବ । ଦେହ ସୁସ୍ଥ ରହିଲେ ବି ମନ ଦୁଶ୍ଚିନ୍ତାରେ ଭାରାକ୍ରାନ୍ତ ହେବ । ଚାକିରୀ ଓ କର୍ମରେ ବୁଦ୍ଧି ପ୍ରୟୋଗ କରି ସଫଳତା ପାଇବେ । କୌଣସି ଆଘାତ ଓ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇବେ । ପାରିବାରିକ ସୌଖ୍ୟ ଓ ସୌହାର୍ଯ୍ୟ ରହିବ । ବ୍ୟବସାୟରେ ଅଗ୍ରଗତି କରିବେ ଓ ଲାଭବାନ ହେବେ । ଆୟ ବିଭିନ୍ନ ଦିଗରୁ ମଧ୍ୟମ ରହିବ । ଛାତ୍ରଛାତ୍ରୀମାନେ ଅଧ୍ୟବସାୟୀ ରହି ଶୁଭଫଳ ପାଇବେ ।
ମାସର ଦ୍ୱିତୀୟାର୍ଦ୍ଧ ଖୁବ ଭଲରେ କଟିବ । ଦେହ ଓ ମନ ସୁସ୍ଥ ରହିବ । ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ ଓ ସମସ୍ତଙ୍କ ପ୍ରିୟ ଭାଜନ ହେବେ । ଉଚ୍ଚ ଆଂକାକ୍ଷା ସଫଳ ହେବାର ବାଟ ଖୋଲିବ । ଆୟ ଅବ୍ୟାହତ ରହିବା ସହ ଉତ୍ତମ ସଂଚୟ ହେବ । ଉପହାର ପ୍ରାପ୍ତି ହେବ । ପାରିବାରିକ ଓ ଦାମ୍ପତ୍ୟ ସୌଖ୍ୟ ପ୍ରୀତିପୂର୍ଣ୍ଣ ରହିବ । ଗୃହରେ ଉତ୍ସବ ଅନୁଷ୍ଠାନ ପାଳିତ ହେବ । କର୍ମକ୍ଷେତ୍ର ତଥା ଚାକିରୀରେ ପଦମର୍ଯ୍ୟାଦା ବୃଦ୍ଧି ସହ ପ୍ରଶଂସିତ ହେବେ । ବ୍ୟବସାୟ ଉତ୍ତମ ରହିବ । ପରୀକ୍ଷା ଓ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସୁଫଳ ପାଇବେ ।
ମଙ୍ଗଳବାର ସତର୍କ ରହିବେ । ରିଷ୍ଟଖଣ୍ଡନ ପାଇଁ ଶ୍ରୀତ୍ରିପୁରା ସୁନ୍ଦରୀ କବଚ ପାଠ ଓ ଜଳସ୍ରୋତରେ ଛିଦ୍ରଥିବା ତମ୍ବା ମୁଦ୍ରା ଭଷାଇବା ଶୁଭ ହେବ । ଶୁଭ ରତ୍ନ ଗ୍ରୀନ ତୁରମାଲିକ ଓ ଶୁଭରଙ୍ଗ ସବୁଜ ଓ ଧଳା ।